କେନ୍ଦ୍ରାପଡ଼ା ଗିରଙ୍ଗ ଗାଁରେ ଅଗ୍ନିକାଣ୍ଡ: ଗୋଟିଏ ପରିବାରର ୫ ଗୁରୁତର, କେହି ଦୁର୍ବୃତ୍ତ ଘରେ ତାଲା ପକାଇ ନିଆଁ ଲଗାଇ ଦେଇଥିବା ଅଭିଯୋଗ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଗିରଙ୍ଗ ଗାଁରେ ଅଗ୍ନିକାଣ୍ଡ । ଏଥିରେ ଗୋଟିଏ ପରିବାରର ୫ ଜଣ ଗୁରୁତର ଆହତ ହୋଇଛନ୍ତି । ପରିବାର ଲୋକେ ଘରେ ଶୋଇଥିବା ବେଳେ ବାହାରପଟୁ କେହି ଦୁର୍ବୃତ୍ତ ଘରେ ତାଲା ପକାଇ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି ।

ନିଆଁର ପ୍ରକୋପ ଏତେ ଥିଲା ଯେ ଘର ଭିତରୁ କେହି ବାହାରି ପାରିନଥିଲେ । ଘରର ସ୍କାଏ ଲାଇଟ୍‌ ଭାଙ୍ଗି ଜଣେ ଘରୁ ବାହାରି ପରିବାର ଲୋକଙ୍କୁ ବାହାରକୁ ଆଣିଥିଲେ । ପରିବାରର ୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ ଆସବାବପତ୍ର ସଂପୂର୍ଣ୍ଣ ପୋଡି ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.