ବଡ଼ ବାହୁଙ୍ଗୀରେ ଭୋଳାଶଙ୍କରଙ୍କ ପାଇଁ କ୍ଷୀର ଓ ପାଣିଭାର, କଟକରୁ ଯାତ୍ରା ଆରମ୍ଭ କଲେ ଶୈବ ଭକ୍ତ

କଟକ(କେନ୍ୟୁଜ୍): ଚାଲିଛି ବୋଲବମ ଯାତ୍ରା। ଶୈବ ଭକ୍ତମାନଙ୍କର ଆନନ୍ଦର ସୀମା ନାହିଁ। କଟକ କୁମ୍ଭାର ସାହି ତ୍ରିନାଥ ଯୁବକ ସଙ୍ଘର ସଦସ୍ୟ ମାନେ ପ୍ରସ୍ତୁତ କରିଛନ୍ତି ଏକ ଚାଳିଶ ଫୁଟ ଲମ୍ବର ବାହୁଙ୍ଗୀ।

ଧନୁ ଆକୃତିରେ ତିଆରି ଏହି ବିଶାଳ ବାହୁଙ୍ଗୀଟିକୁ ବାଉଁଶରେ ତିଆରି କରାଯାଇଛି। ତିଆରି କରିବାକୁ ୫ ଦିନ ସମୟ ଲାଗିଛି। ଫୁଲରେ ସଜା ଯାଇଛି। ତିନୋଟି ପିତ୍ତଳ ଗରାରେ ୪୦ ଲିଟର କ୍ଷୀର ଓ ୨୦ ଲିଟର ଜଳ ଏହି ବାହୁଙ୍ଗି ରେ ବାନ୍ଧି ଯାତ୍ରା ଆରମ୍ଭ କରିଛନ୍ତି ଶୈବ ଭକ୍ତ ଯୁବକମାନେ।

ଏହି ବାହୁଙ୍ଗିକୁ ଉଭୟ ପଟେ ମୋଟ ୩୦ ଜଣ କାଉଡ଼ିଆ ଭାଇ କାନ୍ଧେଇ ନେଇଛନ୍ତି। ମହାନଦୀ ଚହଟା ଘାଟରୁ ବାହାରି ବିଡାନାସି, ଦେଉଳ ସାହି, ସେଲଟର ଛକ, ସତୀ ଚୌରା, ସିଡ଼ିଏ,ନରାଜ,ମୁଣ୍ଡଳୀ ଦେଇ ସରପେସ୍ୱର ମହାଦେବଙ୍କ ନିକଟକୁ ଯାତ୍ରା ଆରମ୍ଭ କରିଛି ଏହି ବଡ଼ ବାହୁଙ୍ଗି। ଶତାଧିକ କାଉଡ଼ିଆ ଭକ୍ତ ସାମିଲ ହୋଇଛନ୍ତି ଏହି ଯାତ୍ରାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.