କାର ସହ ଅଟୋ ଓ ମୋଟର ସାଇକେଲରୁ ବିପୁଳ ଗଞ୍ଜେଇ ଜବତ, ୨ ନାବାଳକ ସହ ୬ ଅଭିଯୁକ୍ତ ଗିରଫ

ମୋହନା(କେନ୍ୟୁଜ୍):  ଗଜପତି ଜ଼ିଲ୍ଲା ମୋହନା ଏବଂ ଅଡବା ପୋଲିସକୁ ମିଳିଛି ବଡ଼ ସଫଳତା। ଉଭୟ ଥାନା ପୋଲିସର ପୃଥକ ପୃଥକ ଚଢ଼ାଉରେ ବିପୁଳ ଗଞ୍ଜେଇ ସହ କାର, ଅଟୋ, ମୋଟର ସାଇକେଲ ଜବତ କରିଛି ପୋଲିସ। ଏହା ସହ ଦୁଇ ନାବାଳକ ସମେତ ୬ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସୂଚନା ପ୍ରକାରେ ଅଡବା ପୋଲିସ ରେଣୁ ଗ୍ରାମ ନିକଟରେ ଯାନବାହନ ଯାଞ୍ଚ କରୁଥିବା ବେଳେ ଏକ କାର୍ ନଂ ଓଡି. 07. AA 5334 ଏବଂ ଏକ ମୋଟର ସାଇକେଲ ନଂ OD 33Q 3025 ରୁ ୬୩ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏନେଇ ଥାନା କେସ୍ ନଂ 89/22ରେ ଏକ ମାମଲା ରୁଜୁ ହେବା ସହ ବ୍ରହ୍ମପୁରର ଜଗବନ୍ଧୁ ନାୟକ, ବି. ବିନୟବାସୁ ପାତ୍ର, ମନୋରଞ୍ଜନ ମହାନ୍ତି, ଅଡବା ଥାନା ହିକିରିମା ଗ୍ରାମର ଜୁଏଲ ଶବର ସହ ଆର. ଉଦୟଗିରି ଝାଲରସିଂ ଗ୍ରାମର ଜଣେ ନାବାଳକକୁ ଗିରଫ କରାଯାଇଛି।

ganja seized 2

ସେହିଭଳି ମୋହନା ପୋଲିସ ହିଲ୍ ଟପ୍ କଲେଜ ଛକ ଠାରେ ପେଟ୍ରୋଲିଙ୍ଗ କଲାବେଳେ ଏକ ଅଟୋରୁ ତିନୋଟି ପ୍ଲାଷ୍ଟିକ ବ୍ୟାଗରେ ଚାଲାଣ ହେଉଥିବା ୯୫ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଗଞ୍ଜେଇ ଚାଲାଣ ଅଭିଯୋଗରେ ପୋଲିସ ଜଣେ ନାବାଳକ ସମେତ ଅଡବା ଥାନା ବାଣ୍ଡାଲ୍ ଗାଡି ଗ୍ରାମର ମିହିର ବୀର ଏବଂ ଯଶପଲ୍ ନାୟକଙ୍କୁ ଗିରଫ କରିଛି ।  ଉଭୟ ଥାନାରୁ ମୋଟ ୧୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି। ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ନାବାଳକ ଦ୍ବୟଙ୍କୁ ବାଳସୁଧାର ଗୃହକୁ ପଠାଯିବ ବୋଲି SDPO ଦିଲ୍ଲୀପ କୁମାର ନାୟକ ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.