ବିଜେପୁର ଉପନିର୍ବାଚନ ଗଣ୍ଡଗୋଳ ଘଟଣା, କୋର୍ଟରେ ହାଜର ହେଲେ ୨ ପୂର୍ବତନ ବିଧାୟକ

ବିଜେପୁର ଉପନିର୍ବାଚନ ଗଣ୍ଡଗୋଳ ଘଟଣାରେ କୋର୍ଟରେ ହାଜର ହେଲେ ୨ ପୂର୍ବତନ ବିଧାୟକ । ସମ୍ବଲପୁର ଫାଷ୍ଟ ଟ୍ରାକ କୋର୍ଟରେ ପୂର୍ବତନ ବିଧାୟକ କେ. ଭି. ସିଂଦେଓ ଓ ପ୍ରଦୀପ ପୁରୋହିତ ହାଜର ହୋଇଛନ୍ତି l

ସମ୍ବଲପୁର : ବିଜେପୁର ଉପନିର୍ବାଚନ ଗଣ୍ଡଗୋଳ ଘଟଣାରେ କୋର୍ଟରେ ହାଜର ହେଲେ ୨ ପୂର୍ବତନ ବିଧାୟକ । ସମ୍ବଲପୁର ଫାଷ୍ଟ ଟ୍ରାକ କୋର୍ଟରେ ପୂର୍ବତନ ବିଧାୟକ କେ. ଭି. ସିଂଦେଓ ଓ ପ୍ରଦୀପ ପୁରୋହିତ ହାଜର ହୋଇଛନ୍ତି l ୨୦୧୮ ବିଜେପୁର ଉପ ନିର୍ବାଚନ ସମୟରେ ଦୁହିଁଙ୍କ ନାମରେ ମାମଲା ରୁଜୁ ହୋଇଥିଲା l

୨୦୧୮ ଉପନିର୍ବାଚନ ସମୟରେ ପୋଲିସ ଗାଇସିଲଟ ଅଞ୍ଚଳର ବିଜେପି ନେତା ରହୁଥିବା ଏକ ଘରେ ଅତର୍କିତ ଚଢାଉ କରିଥିଲେ l ସେହି ସମୟରେ ବିଜେପିର ନେତା ତାଙ୍କୁ ବିରୋଧ କରିଥିଲେ l ଯାହାକୁ ନେଇ ପୋଲିସ ଏକ ମାମଲା ରୁୁଜୁ କରିଥିଲା l ମାମଲାଟି ପରବର୍ତ୍ତୀ ସମୟରେ ପଦ୍ମପୁରରୁ ସମ୍ବଲପୁର କୋର୍ଟକୁ ସ୍ଥାନାନ୍ତର ହୋଇଥିଲା l ଆଜି ମାମଲାରେ ସମ୍ବଲପୁରରେ କନକ ବର୍ଦ୍ଧନ ସିଂଦେଓ, ପ୍ରଦୀପ ପୁରୋହିତ ଓ ଅନ୍ୟ କିଛି ନେତା ହାଜ଼ର ହୋଇଥିଲେ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.