ବିଜୁ ଯୁବ ବାହିନୀ ୱେବସାଇଟ୍‌ ଉନ୍ମୋଚିତ

ଭୁବନେଶ୍ବର(କେନ୍ଯୁଜ୍) :ଓଡ଼ିଶାର ପ୍ରତି ଘରେ, ପ୍ରତି ଗାଁରେ ଗୋପବନ୍ଧୁ ଓ ମଧୁବାବୁ ଅଛନ୍ତି । ପ୍ରତି ଘରେ ଅଛନ୍ତି ବିଜୁବାବୁ ଓ ଧର୍ମପଦ । ସମାଜ ପ୍ରତି ଏମାନଙ୍କ ଅବଦାନକୁ ସ୍ୱୀକୃତି ଦେବା ଆମର ଲକ୍ଷ୍ୟ । ଡାକ୍ତର, ଚାଷୀ, ଇଂଜିନିୟର ସମସ୍ତଙ୍କ ଠାରେ ପ୍ରତିଭା ରହିଛି । ସମସ୍ତଙ୍କ ମିଳିତ ଉଦ୍ୟମ ପ୍ରଗତିର ନନ୍ଦିଘୋଷକୁ ଆଗେଇନେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

କଟକ ଇଣ୍ଡୋର ଷ୍ଟାଡିୟମରେ ଆଜି ‘ମୁଁ ହିରୋ..ମୁଁ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ସେ କହିଛନ୍ତି ଓଡ଼ିଶା ମାଟି ବୀର ମାଟି । ଏ ମାଟିର ସନ୍ତାନ ଓଡ଼ିଶା ପାଇଁ ସଂଗ୍ରାମ କରିଛନ୍ତି । ସମାଜ ପ୍ରତି ଏମାନଙ୍କର ବିଶେଷ ଅବଦାନ ରହିଛି । ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ବାହିନୀ ୱେବ୍‌ସାଇଟ୍‌ ଉନ୍ମୋଚିତ ହୋଇଛି । ବିଜୁ ଯୁବ ବାହିନୀ ଅନ୍ତର୍ଗତ ମୁଁ ହିରୋ ମୁଁ ଓଡ଼ିଶା ଅଭିଯାନରେ ୬ଟି ଭ୍ରାମ୍ୟମାଣ ରଥ ଆଗାମୀ ୨ ମାସ ପର୍ଯ୍ୟନ୍ତ ରାଜ୍ୟର ସବୁ ବ୍ଲକ ଓ ପୌରାଞ୍ଚଳରେ ବୁଲିବ ।

ନିଶ୍ଚିତ ପଢ଼ନ୍ତୁ: ବିନା ପାରିଶ୍ରମିକରେ କାମ କରନ୍ତୁ ଆଇନଜୀବୀ : ଜଷ୍ଟିସ ଦୀପକ ମିଶ୍ର

ଜିଲ୍ଲା ସ୍ତରରୁ ପଞ୍ଚାୟତ ପର୍ଯ୍ୟନ୍ତ ବୁଲି କ୍ୟାମ୍ପେନ କରିବ ସ୍ୱତନ୍ତ୍ର ଗାଡି । ସ୍ଥାନୀୟ ଅଞ୍ଚଳର ହିରୋ ଓ ପରିବର୍ତ୍ତନର ବାହକଙ୍କୁ ଖୋଜାଯିବ। ଦକ୍ଷତା ଥିବା ଯୁବକ ଯୁବତୀଙ୍କୁ ଚୟନ କରାଯିବ । ବିଶେଷ କରି ଶିକ୍ଷା, କ୍ରୀଡା, କଳା, ସଂସ୍କୃତି, ସ୍ୱାସ୍ଥ୍ୟ, ସ୍ୱଚ୍ଛତା, ପରିବେଶ, ମହିଳା ସଶକ୍ତି କରଣ, ସମାଜସେବା, ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରରେ କୀର୍ତ୍ତି ଅର୍ଜନ କରିଥିବା ଯୁବ ପ୍ରତିଭାଙ୍କୁ ଚିହ୍ନଟ କରାଯାଇ ସମ୍ମାନିତ କରାଯିବ । ଜିଲ୍ଲାସ୍ତରରେ ବିଜୁ ଯୁବ ବାହିନୀ, ମୁଁ ହିରୋ ପାଇଁ ୧୦ ଜଣଙ୍କୁ ଚୟନ କରିବ। ଏହି ୧୦ଜଣଙ୍କୁ ଜିଲ୍ଲା ସ୍ତରୀୟ ଯୁବ କନ୍‌କ୍ଲେଭରେ ସମ୍ମାନିତ କରାଯିବ । ଟପ ୫ଜଣଙ୍କ ତାଲିକା ରାଜ୍ୟ ସ୍ତରକୁ ପଠାଯିବ । ଏମିତି ୧୫୦ ଜଣଙ୍କୁ ରାଜ୍ୟସ୍ତରୀୟ ଯୁବ କନ୍‌କ୍ଲେଭରେ ସମ୍ମାନିତ କରାଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.