ବିଧାନସଭାରେ ପିଏମ୍‌ ଆବାସ ତାତି: ରାଜଭବନ ଆଗରେ ଧାରଣା ଦେଲା ବିଜୁ ମହିଳା ଜନତା ଦଳ

ହଟ୍ଟଗୋଳ ଲାଗି ରହିବାରୁ ବାଚସ୍ପତି ଗୃହକୁ ଅପରାହ୍‌ଣ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ । ବିଜେଡି ଅଭିଯୋଗ କରିଛି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୨୨ ସୁଦ୍ଧା ଘର ଦେବାକୁ କହି ଓଡ଼ିଶା ଲୋକଙ୍କୁ ଠକିଛନ୍ତି କେନ୍ଦ୍ର ସରକାର

ଭୁବନେଶ୍ୱର (କେନ୍ୟୁଜ): ବିଧାନସଭା ଭିତରେ ଓ ବାହାରେ ପିଏମ୍‌ ଆବାସ ତାତି । ଗୃହରେ ବିଜେଡି ବିଧାୟକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ କେନ୍ଦ୍ରକୁ ଘେରିଛନ୍ତି । ଏପଟେ ରାଜଭବନ ଆଗରେ ଧାରଣା ଓ ପ୍ରତିବାଦ ସଭା ଚଳାଇଛି ବିଜୁ ମହିଳା ଜନତା ଦଳ । ଆଜି ବିଧାନସଭା ଶୂନ୍ୟକାଳରେ ଉଠିଥିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ବିଜେଡି ବିଧାୟକମାନେ ନିଜ ନିଜ ଆସନରେ ଠିଆ ହୋଇ ପ୍ରତିବାଦ କରିଥିଲେ । ବ୍ୟାନର ଦେଖାଇ କେନ୍ଦ୍ର ବିରୋଧରେ ପ୍ରତିବାଦ କରିଥିଲେ ବିଜେଡି ବିଧାୟକ ।

ସେହିପରି କଂଗ୍ରେସ ଓ ବିଜେପି ବିଧାୟକମାନେ ମଧ୍ୟ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ । ହଟ୍ଟଗୋଳ ଲାଗି ରହିବାରୁ ବାଚସ୍ପତି ଗୃହକୁ ଅପରାହ୍‌ଣ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ । ବିଜେଡି ଅଭିଯୋଗ କରିଛି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୨୨ ସୁଦ୍ଧା ଘର ଦେବାକୁ କହି ଓଡ଼ିଶା ଲୋକଙ୍କୁ ଠକିଛନ୍ତି କେନ୍ଦ୍ର ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.