ସ୍ପେନ ବାରସେଲୋନା ମୋବାଇଲ ଓ୍ଵାଲ୍ଡ କଂଗ୍ରେସରେ ସାଓମି 13 ସିରିଜ, ରହିଛି ଜବରଦସ୍ତ କ୍ୟାମେରା ଫିଚର

ବଜାରକୁ ଆସିବ ସାଓମି 13 ସିରିଜ । ସ୍ପେନ ବାରସେଲୋନାରେ ମୋବାଇଲ ଓ୍ଵାଲ୍ଡ କଂଗ୍ରେସରେ ପ୍ରଦର୍ଶିତ । ଏହା ଦୁଇଟି ମଡେଲରେ ବଜାରକୁ ଆସିବାକୁ ଯାଉଛି । ସାଓମି 13 ଓ ଅନ୍ୟଟି ସାଓମି 13 ପ୍ରୋ । 6.7 ଇଞ୍ଚର QHD+ ସ୍କ୍ରିନ ମିଳିବ । 13 ପ୍ରୋରେ 50 ମେଗାପିକ୍ସେଲ ଟ୍ରିପଲ କ୍ୟାମେରା ସେଟଅପ ମିଳିବ ।

କେନ୍ୟୁଜ୍‌(ବ୍ୟୁରୋ): ବଜାରକୁ ଆସିବ ସାଓମି 13 ସିରିଜ । ସ୍ପେନ ବାରସେଲୋନାରେ ଚାଲିଥିବା ମୋବାଇଲ ଓ୍ଵାଲ୍ଡ କଂଗ୍ରେସରେ ଏହାକୁ ପ୍ରଦର୍ଶିତ କରାଯାଇଛି । ଏହା ଦୁଇଟି ମଡେଲରେ ବଜାରକୁ ଆସିବାକୁ ଯାଉଛି । ଗୋଟିଏ ସାଓମି 13 ଓ ଅନ୍ୟଟି ସାଓମି 13 ପ୍ରୋ । ଏହି ଫୋନରେ ଆପଣ ଜବରଦସ୍ତ ଫଟୋଗ୍ରାଫିର ମଜା ନେଇ ପାରିବେ । ଆସନ୍ତୁ ଜାଣିବା ଏହି ଫୋନରେ କଣ ସବୁ ଫିଚର ରହିଛି ।

ଏହି ଫୋନର ଆଲୁମିନିୟମ ଫ୍ରେମ ରହିଛି । ଯାହାର ମୋଟେଇ 8.1 ମିଲିମିଟର ରହିଥିବା ବେଳେ ଓଜନ 189 ଗ୍ରାମ ରହିଛି । ଏଥିରେ ରହିଛି ଗରିଲା ଗ୍ଲାସ 5 । ଏହାସହ ଏହା ଡଷ୍ଟ ଓ ଓ୍ଵାଟର ରେଜିଷ୍ଟାନ୍ସ ସହ ନିର୍ମାଣ ହୋଇଛି । 13 ପ୍ରୋର କିନ୍ତୁ ଫ୍ରେମର ମୋଟେଇ 8.7 ମିଲିମିଟର ସହ 229 ଗ୍ରାମ ଓଜନ ରହିଛି । ପ୍ରୋସେସର କଥା ଦେଖିଲେ ଉଭୟ ଫୋନରେ Snapdragon 8 ଜେନେରେସନ ଆଣ୍ଡ୍ରଏଡ 13 ବେସ MIUI 14 ଅପରେଟିଂ ସିଷ୍ଟମ ମିଳିବ ।

ଏହି ଫୋନରେ ଆପଣଙ୍କୁ 6.3 ଇଞ୍ଚର ଫୁଲ ଏଚଡି ସ୍କ୍ରିନ ମିଳିବ । ଏହାସହ AMOLED ଡିସପ୍ଲେ ଏଥିରେ ପାଇ ପାରିବେ । ଏଥିସହିତ ଡିସପ୍ଲେର ରିଫ୍ରେସ ରେଟ 120Hz ରହିବ । ଏହାର ସ୍କ୍ରିନରେ ଆପଣ ଡଲବି ଭିଜନ ଓ HDR10+ ର ମଜା ନେଇ ପାରିବେ । ଏଥିରେ ଆପଣଙ୍କୁ 1900 nits ପର୍ଯ୍ୟନ୍ତ ବ୍ରାଇଟନେସ ମିଳିବ । 13 ପ୍ରୋରେ କିନ୍ତୁ 6.7 ଇଞ୍ଚର QHD+ ସ୍କ୍ରିନ ମିଳିବ ।

ଏବେ ଆସିବା କ୍ୟାମେରା ପାର୍ଟକୁ । ସାଓମି 13ରେ OIS ସପୋର୍ଟ ସହ 50 ମେଗାପିକ୍ସେଲ ମୁଖ୍ୟ କ୍ୟାମେରା ରହିଛି । ଏହାସହ 3x ଅପଟିକାଲ ଜୁମ ସହ 10M ଟେଲିଫଟୋ କ୍ୟାମେରା ରହିଛି । ଏହାସହ 12 ମେଗାପିକ୍ସେଲ ଅଲଟ୍ରା ଓ୍ଵାଇଡ କ୍ୟାମେରା ଏଥିରେ ଆପଣଙ୍କୁ ମିଳିବ । ଏହାର ସମସ୍ତ କ୍ୟାମେରାରେ Lecia ଅପଟିକାଲ ଲେନ୍ସ ରହିଛି । ସେହିପରି 13 ପ୍ରୋରେ 50 ମେଗାପିକ୍ସେଲ ଟ୍ରିପଲ କ୍ୟାମେରା ସେଟଅପ ମିଳିବ । ଏଥିରେ 50.3 ମେଗାପିକ୍ସେଲ ମୁଖ୍ୟ କ୍ୟାମେରା ସହ 50 ମେଗାପିକ୍ସେଲ ଟେଲିଫଟୋ କ୍ୟାମେରା ରହିଛି । ଏହାସହ ଏଥିରେ 3.2 optical zoom ସହ focal shift technologyର ସୁବିଧା ରହିଛି । ଉଭୟ ଫୋନର କ୍ୟାମେରାରେ 8k ପର୍ଯ୍ୟନ୍ତ ଭିଡିଓ ରେକର୍ଡ କରାଯାଇ ପାରିବ । ଏହାସହ ଉଭୟ ଫୋନରେ 32 ମେଗାପିକ୍ସେଲ ସେଲଫି କ୍ୟାମେରା ରହିଛି ।

ଉଭୟ ସାଓମି 13 ଓ 13 ପ୍ରୋରେ ଷ୍ଟେରିଓ ସ୍ପିକର ସହ ଓ୍ଵାଇଫାଇ 6e ଓ ବ୍ଲୁତୁଥ୍‌ 5.3ର ସପୋର୍ଟ ରହିଛି । ଏହି ଫୋନରେ in-display fingerprint reader ରହିଛି । ସାଓମି 13ରେ 67 ଓ୍ଵାଟ ଫାଷ୍ଟ ଚାର୍ଜଂ ସପୋର୍ଟ ସହ 4,500mAh ବ୍ୟାଟେରି ରହିଛି । 13 ପ୍ରୋରେ କିନ୍ତୁ 120 ଓ୍ଵାଟ ଚାର୍ଜିଂ ସପୋର୍ଟ ସହ 4,820mAh ବ୍ୟାଟେରି ରହିଛି । ଉଭୟ ଫୋନରେ 50 ଓ୍ଵାଟର େଓ୍ଵରଲେସ ଚାର୍ଜିଂ ସପୋର୍ଟ ରହିଛି । ଭାରତକୁ କିନ୍ତୁ ଏହି ଫୋନ କେବେ ଆସିବ ଓ ଏହାର ଦାମ କଣ ରହିବ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଆଶା ଖୁବଶୀଘ୍ର ଏହା ଭାରତରେ ଉପଲବ୍ଧ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.