କଟକ-ଭୁବନେଶ୍ୱର ୧୬ନଂ ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଦୁର୍ଘଟଣା ପରେ ଜଳିଗଲା ବାଇକ୍, ଚାଳକ ଆହତ; ଦେଖନ୍ତୁ ଭିଡିଓ

କଟକ: ଜାତୀୟ ରାଜପଥରେ ଜଳିଗଲା ବାଇକ। କଟକ-ଭୁବନେଶ୍ୱର ୧୬ନଂ ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଦୁର୍ଘଟଣା ପରେ ଜଳିଗଲା ବାଇକ୍। ଏଥିରେ ବାଇକ୍‌ ଚାଳକ ଆହତ ହୋଇଛନ୍ତି । ଖବର ପାଇ ଫୁଲନଖରା ଟ୍ରାଫିକ ଥାନାର କର୍ମଚାରୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିଲେ।

ଆହତ ବାଇକ ଚାଳକକୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ କଟକ ଏସସିବି ମେଡ଼ିକାଲକୁ ପଠାଇଛନ୍ତି। ଆହତ ଜଣକ କଟକ ସଦର ଥାନା ଗୋପାଳପୁର ଭୀମପୁର ସାହିର ଦିପ୍ତୀରଞ୍ଜନ ମହାନ୍ତି ବୋଲି ପରିଚୟ ମିଳିଛି। ଦିପ୍ତୀରଞ୍ଜନ ବାଇକରେ ଭୁବନେଶ୍ୱର ଆଡକୁ ଆସୁଥିବା ବେଳେ ହଠାତ ଏକ ଷଣ୍ଢ ସହ ମାଡ଼ ହୋଇ ରାସ୍ତାରେ ଖସି ପଡ଼ିଥିଲେ।

bikeପଛରୁ ଆସୁଥିବା ଏକ ହାଇୱା ଟ୍ରକ ବାଇକ ଉପରେ ମାଡ଼ିଯାଇ କିଛି ବାଟ ଘୋଷାଡ଼ି ନେଇଥିଲା। ଏହା ପରେ ବାଇକରେ ନିଆଁ ଲାଗିଯାଇଥିଲା। ଫଳରେ କିଛି ସମୟ ପାଇଁ କଟକରୁ ଭୁବନେଶ୍ୱର ରାସ୍ତାରେ ଟ୍ରାଫିକ ଜାମ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.