Below header

ଆଇଆଇଟି ମାଡ୍ରାସରେ ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, କ୍ୟାମ୍ପସରେ ଲକଡାଉନ

ଆଇଆଇଟି ମାଡ୍ରାସରେ କରୋନା ଭାଇରସ ଆତଙ୍କ ଖେଳାଇଛି । କ୍ୟାମ୍ପସର ୭୧ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାପରେ ଲ୍ୟାବ୍, ଲାଇବ୍ରେରୀ ସହ ଅନେକ ବିଭାଗକୁ ବନ୍ଦ କରିଦିଆଯାଇଛି । କୁହାଯାଉଛି ଯେ, ପାଠପଢ଼ୁଥିବା ୭୭୪ ଛାତ୍ରଙ୍କ ମଧ୍ୟରେ ୬୬ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ହଷ୍ଟେଲ ଓ ମେସକୁ ବନ୍ଦ କରି ଦିଆଯାଇଛି ।

ରାଜ୍ଯ ସ୍ୱାସ୍ଥ୍ୟ ବିଭାଗ ସୂଚନାନୁସାରେ, ୯ ହଷ୍ଟେଲ ଓ ଗୋଟିଏ ମେସ୍ କରୋନା କବଳକୁ ଆସିଛି । ଏବେସୁଦ୍ଧା ୭୭୪ରୁ ୪୦୮ ଛାତ୍ରଙ୍କ ଟେଷ୍ଟ୍ ହୋଇଛି । ଏହାମଧ୍ୟରୁ ୭୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ୬୬ ଜଣ ଛାତ୍ର, ୪ ମେସ୍ ଷ୍ଟାଫ୍ ଓ ଅନ୍ୟଜଣେ କର୍ମଚାରୀ ରହିଛନ୍ତି ।

Coronavirus2

ଗତ ୯ ତାରିଖରୁ କ୍ୟାମ୍ପସରେ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା । ଏହିଦିନ ୪ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏବେ ଆଇଆଇଟି ପକ୍ଷରୁ ମେସ୍ ବନ୍ଦ କରାଯାଇ ଛାତ୍ରଙ୍କୁ ପ୍ୟାକେଟ୍ ଫୁଡ୍ ଦିଆଯାଉଛି । ସମସ୍ତ ରୁମ୍ ସାନିଟାଇଜ୍ କରାଯାଇଛି । ଏହାସହ ବିଭିନ୍ନ ବିଭାଗ ଓ ଲ୍ୟାବକୁ ବନ୍ଦ କରିଦିଆଯାଇଛି । କିଛି ଛାତ୍ର କ୍ଯାମ୍ପସ ବାହାରେ ଖାମଖିଆଲ ଭାବେ ବୁଲି କରୋନା ସଂକ୍ରମିତ ହୋଇଛନ୍ତି ବୋଲି ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.