ମର୍ମନ୍ତୁଦ ସଡକ ଦୁର୍ଘଟଣା: କ୍ରିକେଟ୍ ଖେଳ ସାରି ଫେରୁଥିବା ବେଳେ ବାଇକ୍‌କୁ ଧକ୍କା ଦେଲା ଟ୍ରକ, ୩ ମୃତ

ଧର୍ମଗଡ଼ (କେନ୍ୟୁଜ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ପାଷ୍ଟିକୁଡି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କ୍ରିକେଟ୍ ମ୍ୟାଚ୍ ଖେଳି ହସଖୁସିରେ ଘରକୁ ଫେରୁଥିବା ବେଳେ ଟ୍ରକ ଚାପାରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। କେସିଙ୍ଗା ଜାତୀୟ ରାଜପଥ ୨୬ ପାଷ୍ଟିକୁଡ଼ି ଠାରେ ଗ୍ୟାସ ଟେଙ୍କର ବାଇକ ମୁହାଁମୁହିଁ ଧକ୍କା ହେବାରୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

ଦୁର୍ଘଟଣାସ୍ଥଳରେ ହିଁ ୩ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ସ୍ଥାନୀୟ ରଙ୍କାବାହାଲି ଗାଁର ଅକ୍ଷ ଗୌଡ଼ ,ଟୁଟୁ ଗୌଡ଼,ରଘୁ ଗୌଡ଼। ତିନି ଯୁବକ ଉତ୍କେଲାରୁ କ୍ରିକେଟ୍ ମ୍ୟାଚ୍ ଖେଳି ସାରି ଗାଁକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଛି। ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥ ୨୬ଅବରୋଧ କରିବାରୁ କେସିଙ୍ଗା-ଭବାନୀପାଟଣା ଯାତାୟାତ ଠପ୍ ରହିଛି।

You might also like