ବସ ଧକ୍କାରେ ବାଇକ ଚାଳକ ମୃତ, କ୍ଷତିପୂରଣ ଦାବିରେ ରାସ୍ତା ରୋକ କଲେ ଗ୍ରାମବାସୀ

ବ୍ରହ୍ମଗିରିରୁ ଭୟା ଡେଲାଙ୍ଗ ରୋଡ ନିରାକାରପୁର  ଖୋର୍ଦ୍ଧା  କଟକ ଯାଉଥିବା ନୀଳଚକ୍ର ବସ୍ ମଣପଡ଼ା ଛକରେ ଅପିଠି ଗ୍ରାମରୁ ଆସିଥିବା ଗାଁର କମଳ ସାମନ୍ତରାୟଙ୍କୁ ଧକ୍କା ଦେଇଥିଲା ।

ବ୍ରହ୍ମଗିରି(କେନ୍ୟୁଜ୍): ଆଜି ସକାଳ ସାତ ଟା ବେଳେ ବ୍ରହ୍ମଗିରି ଡେଲାଙ୍ଗ ରାସ୍ତାରେ ଏକ ସଡ଼କ ଦୁର୍ଘଟଣା ରେ ଜଣେ ବାଇକ୍ ଚାଳକ ଙ୍କ ଘଟଣା ସ୍ଥଳରେ ମୃତ ହୋଇଥିବା ଜଣାପଡିଛି । ବ୍ରହ୍ମଗିରିରୁ ଭୟା ଡେଲାଙ୍ଗ ରୋଡ ନିରାକାରପୁର  ଖୋର୍ଦ୍ଧା  କଟକ ଯାଉଥିବା ନୀଳଚକ୍ର ବସ୍ ମଣପଡ଼ା ଛକରେ ଅପିଠି ଗ୍ରାମରୁ ଆସିଥିବା ଗାଁର କମଳ ସାମନ୍ତରାୟଙ୍କୁ ଧକ୍କା ଦେଇଥିଲା ।

ଘଟଣା ସ୍ଥଳରେ କମଳଙ୍କ ମୃତ ହୋଇଥିବା ଜଣାପଡିଛି । କ୍ଷେତି ପୂରଣ ପାଇଁ ସ୍ଥାନୀୟ ଲୋକେ ରାସ୍ତା ଲୋକ କରିଥିବା ବେଳେ ବ୍ରହ୍ମଗିରି ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମୁତୟନ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.