କ୍ରିକେଟ ମ୍ୟାଚ୍‌ ଖେଳୁଥିବା ବେଳେ ଚାଲିଗଲା ଯୁବକଙ୍କ ଜୀବନ, ହାର୍ଟଆଟାକ ଯୋଗୁଁ ମୃତ୍ୟୁ

ଗୁଜରାଟର ଅହମଦାବାଦରେ କ୍ରିକେଟ ଖେଳୁଥିବା ସମୟରେ ଯୁବକଙ୍କୁ ହାର୍ଟଆଟାକ ଆସିବା ଯୋଗୁଁ ମୃତ୍ୟୁ ହୋଇଛି । ବୋଲିଂ କରୁଥିବା ସମୟରେ ହଠାତ୍‌ ଯୁବକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା। ଆଉ ହଠାତ୍‌ ସେ ତଳେ ପଡିଯାଇଥିଲେ ।

କ୍ରିକେଟ ମ୍ୟାଚ୍‌ ଖେଳୁଥିବା ସମୟରେ ହାର୍ଟଆଟାକ। ଆଉ ପଡିଆରେ ହିଁ ଚାଲିଗଲା ଜୀବନ । ଗୁଜରାଟର ଅହମଦାବାଦରେ କ୍ରିକେଟ ଖେଳୁଥିବା ସମୟରେ ଯୁବକଙ୍କୁ ହାର୍ଟଆଟାକ ଆସିବା ଯୋଗୁଁ ମୃତ୍ୟୁ ହୋଇଛି । ବୋଲିଂ କରୁଥିବା ସମୟରେ ହଠାତ୍‌ ଯୁବକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା। ଆଉ ହଠାତ୍‌ ସେ ତଳେ ପଡିଯାଇଥିଲେ । ଆଉ ତାଙ୍କର ମୃତ୍ୟୁ ଘଟିଥିଲା ।

ରାଜକୋଟ ସୁରଟରେ ଅହମଦାବାଦର ଜିଏସଟି କର୍ମଚାରୀ ଏବଂ ସୁରେନ୍ଦ୍ରନଗର ଜିଲ୍ଲା ପଞ୍ଚାୟତ ମଧ୍ୟରେ ମ୍ୟାଚ ଚାଲିଥିଲା । ଏହି ମ୍ୟାଚରେ ଜିଏସଟି କର୍ମଚାରୀ ବସନ୍ତ ରାଠୋର ମଧ୍ୟ ଭାଗ ନେଇଥିଲେ । ବୋଲିଂ କରୁଥିବା ସମୟରେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭୂତ ହୋଇଥିଲା। ଆଉ ସଙ୍ଗେ ସଙ୍ଗେ ପଡିଆରେ ପଡିଗଲେ ବସନ୍ତ । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ତେବେ ଗତ କିଛିଦିନ ହେଲାଣି ଯୁବପିଢିଙ୍କ ମଧ୍ୟରେ ହାର୍ଟଆଟାକ ମାମଲା ବଢିବାରେ ଲାଗିଛି । ତେବେ ଗତ ଦୁଇଦିନ ତଳେ ଦୁଇ ଜଣ ଯୁବକ ଏଭଳି କ୍ରିକେଟ ଖେଳୁଥିବା ସମୟରେ ହାର୍ଟଆଟାକ ଯୋଗୁଁ ମୃତ୍ୟୁବରଣ କରିଥିଲେ ।

ବିଶାଳ ନାମକ ଏହି ୨୪ ବର୍ଷୀୟ କନେଷ୍ଟବଳ ଜିମରେ ଏକ୍ସରସାଇଜ୍ କରୁଥିଲେ। ଏହି ସମୟରେ ହଠାତ୍ ସେ ତଳେ ପଡ଼ି ଯାଇଥିଲେ ଏବଂ କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ଗୁରୁବାର ସନ୍ଧ୍ୟାର। କୁହାଯାଉଛି କି, ବିଶାଳଙ୍କୁ କାର୍ଡିୟାକ୍ ଅରେଷ୍ଟ୍ ଆସିଥିଲା। ଜିମରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହି ପୂରା ଘଟଣା କଏଦ ହୋଇଥିଲା । ଏହା ପୂର୍ବରୁ ମଧ୍ୟ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଜିମରେ ଓ୍ଵାର୍କ ଆଉଟ୍ କରିବା ସମୟରେ ଜଣେ ଡାକ୍ତରଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା, ଯାହା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ହାର୍ଟ ଆଟାକରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ମାନେ ଜଣାଇଥିଲେ।