ହସ୍ପିଟାଲରେ ଲାଗୁ ହେବ ବାୟୋମେଟ୍ରିକ, ପାଇଲଟ ପ୍ରକଳ୍ପ ଭାବେ ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟକାରୀ ହେବ
୩୦ ମିନିଟ୍ ନୁହେଁ, କଲ୍ ଆସିବାର ୨୦ ମିନିଟ ଭିତରେ ରୋଗୀଙ୍କ ପାଖରେ ପହଞ୍ଚିବ ୧୦୮ ଆମ୍ବୁଲାନ୍ସ ସେବା । ୧୦୮ରେ ଯୋଡ଼ିହେବ ୨୩୬ଟି ନୂଆ ଆମ୍ବୁଲାନ୍ସ । ୨୦୨୩-୨୪ ଆର୍ଥିକ ବର୍ଷରେ ସବୁ ନିର୍ବାଚନମଣ୍ଡଳୀରେ ଖୋଲିବ ଆମ ହସ୍ପିଟାଲ ।

କେନ୍ୟୁଜ୍(ବ୍ୟୁରୋ): ୨୦୨୩-୨୪ ରାଜ୍ୟ ବଜେଟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ୧୬ ହଜାର କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ବିଭିନ୍ନ ଡାକ୍ତରଖାନାରେ ଡାକ୍ତରମାନେ ସଠିକ ସମୟରେ ଆସୁନଥିବା ଅଭିଯୋଗ ଆସିଛି । ଏଥିପାଇଁ ହସ୍ପିଟାଲରେ ଲାଗୁ ହେବ ବାୟୋମେଟ୍ରିକ ବ୍ୟବସ୍ଥା । ୨୦୨୩-୨୪ ଆର୍ଥିକ ବର୍ଷରୁ ପାଇଲଟ ପ୍ରକଳ୍ପ ଆଧାରରେ ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜରେ ଏହା କାର୍ଯ୍ୟକାରୀ କରାଯିବ । ପରବର୍ତ୍ତୀ ସମୟରେ PHC, CHCରେ ମଧ୍ୟ ଲାଗୁ ହେବ ବାୟୋମେଟ୍ରିକ୍ ବ୍ୟବସ୍ଥା ।
ସେପଟେ ୩୦ ମିନିଟ୍ ନୁହେଁ, କଲ୍ ଆସିବାର ୨୦ ମିନିଟ ଭିତରେ ରୋଗୀଙ୍କ ପାଖରେ ପହଞ୍ଚିବ ୧୦୮ ଆମ୍ବୁଲାନ୍ସ ସେବା । ୧୦୮ରେ ଯୋଡ଼ିହେବ ୨୩୬ଟି ନୂଆ ଆମ୍ବୁଲାନ୍ସ । ୨୦୨୩-୨୪ ଆର୍ଥିକ ବର୍ଷରେ ସବୁ ନିର୍ବାଚନମଣ୍ଡଳୀରେ ଖୋଲିବ ଆମ ହସ୍ପିଟାଲ । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ଚିକିତ୍ସାଳୟ, ଜିଲ୍ଲା ସଦର ଚିକିତ୍ସାଳୟ ଗୁଡ଼ିକୁ ଏଥିଲାଗି ବଛାଯାଇଛି । ୯ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ ଆମ ହସ୍ପିଟାଲ । ୭୫୦ କୋଟି ଟଙ୍କା ବ୍ୟୟରେ ଉନ୍ନତିକରଣ ହେବାକୁ ଥିବା ଆମ ହସ୍ପିଟାଲରେ ରୋଗୀଙ୍କୁ ମିଳିବ ସବୁ ମୌଳିକ ସ୍ୱାସ୍ଥ୍ୟ ସେବା । ସେହିପରି ୫ ହଜାର MBBS ଡାକ୍ତର ଓ ୯ ହଜାର ଷ୍ଟାଫ ନର୍ସଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର । ଏଥିଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।..