Below header

ଖୋଲୁଛି କୋଟିପତି ପିଏସଙ୍କ କଳାକାରନାମାର ଗୁମର, ୧୦ବର୍ଷ ତଳର ଫାଇଲ ଖୋଲିଲା ଭିଜିଲାନ୍ସ

ଭୁବନେଶ୍ବର(କେନ୍ଯୁଜ୍): ଖୋଲୁଛି କୋଟିପତି ପିଏସଙ୍କ କଳାକାରନାମାର ଗୁମର । ଲମ୍ବୁଛି ଅଭିଯୋଗ ତାଲିକା । ୪ ଦିନିଆ ରିମାଣ୍ଡରେ ଥିବା ବିରଞ୍ଚି ସାହୁଙ୍କୁୁ ମାରାଥନ୍‌ ଜେରା କରିଥିଲେ ଭିଜିଲାନ୍ସ ନିର୍ଦ୍ଦେଶକ ଯଶୱନ୍ତ ଜେଠୱା । ୧୦ବର୍ଷ ତଳର ପୁରୁଣା ଫାଇଲ ଖୋଲିଛି ଭିଜିଲାନ୍ସ । ଏବେ ଇଡି ସ୍କାନରରେ ଅଛନ୍ତି OSSC ସଦସ୍ୟଙ୍କ ପିଏସ ବିରଞ୍ଚି । ସେପଟେ ପିଏସ୍‌ଙ୍କ ରାକେର୍ଟରେ ସ୍କାନରରେ ଅଛନ୍ତି ଲୋକସେବା ଭବନ ଡ୍ରାଇଭର।

ଆଇନଜୀବୀ ସୁଧୀର ମହାନ୍ତି ଭିଜିଲାନ୍ସ ଏସପିଙ୍କୁ ଭେଟି ଡ୍ରାଇଭରଙ୍କ ସମ୍ପର୍କରେ ତଥ୍ୟ ଦେଇଛନ୍ତି । ଡ୍ରାଇଭର ଜଣକ ଦୀର୍ଘଦିନ ଧରି ଲୋକସେବା ଭବନରେ କାର୍ଯ୍ୟରତ ଅଛନ୍ତି । ଡ୍ରାଇଭର ଜଣକ ପରୀକ୍ଷାର୍ଥୀଙ୍କ ଠାରୁ ଟଙ୍କା ଆଦାୟ କରି ବିରଞ୍ଜିଙ୍କ ପାଖରେ ପହଂଚାଉଥିଲେ ବୋଲି ଅଭିଯୋଗ ହୋଇଛି । ଏନେଇ ଗତ ୬ ମାସ ତଳେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏହାସହ ନିମାପଡାର ଏହି ଡ୍ରାଇଭର ଜଣକ ତାଙ୍କ ଗାଁରୁ ଅନେକ ଲୋକଙ୍କ ପୋଲିସ ଚାକିରୀ କରାଇ ଦେଇଛନ୍ତି । ସେମାନେ ଏବେ ଇନସ୍ପେକ୍ଟର, ଡିଏସ୍‌ପି ଭାବେ କାର୍ଯ୍ୟରତ ଅଛନ୍ତି ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.