ହତ୍ୟାକାରୀଙ୍କୁ ଗିରଫ ଦାବିରେ ବ୍ରହ୍ମପୁର-ରାୟଗଡା ୩୨୬ ଜାତୀୟ ରାଜପଥ ଅବରୋଧ

ମୋହନା(କେନ୍ଯୁଜ୍): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ପଞ୍ଚାୟତ ଉସ୍ତପଦା ଗ୍ରାମର ଯୁବକ ସଞ୍ଜୟ ନାୟକଙ୍କ ଝୁଲନ୍ତା ଶରୀର ଗତ ଜୁଲାଇ ୫ ତାରିଖରେ ଲୁହାଗୁଡି ସ୍ଥିତ ଏକ ଗଛରେ ମିଳିଥିଲା । ଘଟଣା ପରେ ଭାବି ଶ୍ୱଶୁର ଘର ଲୋକେ ସଞ୍ଜୟଙ୍କୁ ମୋହନା ମେଡିକାଲକୁ ଆଣିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ଭାବି ଶାଶୁ ଶ୍ୱଶୁର ଘର ପରିବାର ଲୋକେ ସଞ୍ଜୟକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପୁଅ ଘରର ପରିବାର ଲୋକେ।

ଏହି ଘଟଣାରେ ଝିଅକୁ ଅଗଷ୍ଟ ୪ ତାରିଖ ରେ ପୋଲିସ ଗିରଫ କରିଛି । କିନ୍ତୁ ସଞ୍ଜୟର ଭାବି ଶ୍ୱଶୁର ଘରର ଅନ୍ୟ ସଦସ୍ଯଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ସଞ୍ଜୟଙ୍କ ପରିବାର ଓ ଅଂଚଳବାସୀ । ଏହାକୁ ନେଇ ଆଜି ବ୍ରହ୍ମପୁର – ରାୟଗଡା ୩୨୬ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଗ୍ରାମବାସୀ। ଫଳରେ ଯାତାୟତ ସମ୍ପୂର୍ଣ ବନ୍ଦ ରହିଛି। ଘଟଣା ସ୍ଥଳରେ ଉତେଜନା ଦେଖାଯିବା ରୁ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.