ଖ୍ରୀଷ୍ଟମାସରେ ରିଲିଜ ହେବ ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା-୧ ଫିଲ୍ମ

ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ବହୁପ୍ରତୀକ୍ଷିତ ସିନେମା ‘ପୁଷ୍ପା: ଦ ରାଇଜ’ର ରିଲିଜ ତାରିଖ ଘୋଷଣା ହୋଇଛି। ଏହାର ପ୍ରଥମ ସଂସ୍କରଣ ଖ୍ରୀଷ୍ଟମାସ ୨୦୨୧ରେ ରିଲିଜ ହେବ। ଦ୍ବିତୀୟ ସଂସ୍କରଣ ୨୦୨୨ରେ ରିଲିଜ ହେବାର ଯୋଜନା ଥିବା ନିର୍ମାତା ସୂଚନା ଦେଇଛନ୍ତି। ଫିଲ୍ମଟି ୫ଟି ଭାଷାରେ ରିଲିଜ୍ ହେବ । ଏହି ଫିଲ୍ମ ପ୍ରତି ଦର୍ଶକଙ୍କ ଉତ୍ସାହ ଦିନକୁ ଦିନ ବଢ଼ିବାରେ ଲାଗିଛି। କାରଣ ଏଥିରେ ଆଇକନ ଷ୍ଟାର ଅଲ୍ଲୁ ଅର୍ଜୁନ, ନ୍ୟାସନାଲ କ୍ରଶ ରଶ୍ମିକା ମନ୍ଦାନା ଓ ଫହଦ ଫାସିଲ ନଜର ଆସିବାକୁ ଯାଉଛନ୍ତି। ଫିଲ୍ମର ଫାଷ୍ଟ ଲୁକ ରିଲିଜ ହେବା ମାତ୍ରେ ଅଲ୍ଲୁ ଅର୍ଜୁନଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଲହରୀ ଭାଙ୍ଗିବା ଆରମ୍ଭ କରିଥିଲା।

Pushpa 1

ଆଇକନ ଷ୍ଟାର ଏହି ପ୍ୟାନ ଇଣ୍ଡିଆ ଫିଲ୍ମ ଜରିଆରେ ସୁକୁମାର ଓ ମ୍ୟୁଜିକ ମାଏଷ୍ଟ୍ରୋ ଦେବୀ ଶ୍ରୀ ପ୍ରସାଦଙ୍କ ସହ ପୁଣିଥରେ କାମ କରିବେ। ପୁଷ୍ପା ଏକ ଆକ୍ସନ ଭରା ସିନେମା, ଯେଉଁଥିରେ ଇମୋସନ ବି ଭରିରହିଛି। ଏହି ଫିଲ୍ମ ମାଧ୍ୟମରେ ରଶ୍ମିକା ଓ ଅଲ୍ଲୁ ଅର୍ଜୁନ ପ୍ରଥମ ଥର ପାଇଁ ବଡ଼ ପରଦାରେ ନଜର ଆସିବେ। ଫିଲ୍ମର ରିଲିଜ ତାରିଖ ସମ୍ପର୍କରେ ଅଲ୍ଲୁ ଅର୍ଜୁନ ମଧ୍ୟ ନିଜ ସୋସାଲ ମିଡିଆରେ ଶେୟାର କରିଛନ୍ତି। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଖ୍ରୀଷ୍ଟମାସ ଅବସରରେ ଆମୀର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଢ଼ା’ ବି ରିଲିଜ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.