Below header

ପକ୍ଷୀ ପ୍ରେମରେ ବନ୍ଧା ବିପ୍ରଚରଣ: ଘରର ଛାତ ଉପରେ ୩୦୦ରୁ ଉର୍ଦ୍ଧ୍ୱ ଦେଶୀ ବିଦେଶୀ ପ୍ରଜାତିର ପକ୍ଷୀ ରଖି ସୃଷ୍ଟି କରିଛନ୍ତି ନିଆରା ନିଦର୍ଶନ

ଭଦ୍ରକ: ଭଦ୍ରକ ଜିଲ୍ଲାର ଭଣ୍ଡାରୀ ପୋଖରୀ ବ୍ଲକ ରହଣିଆ ପଂଚାୟତର ରାଢୋ ଗ୍ରାମର ବିପ୍ରଚରଣ ଦଳେଇ। ସେ ପେଶାରେ ଜଣେ ଶିକ୍ଷା କର୍ମଚାରୀ ସତ କିନ୍ତୁ ନିଶାରେ ଜଣେ ପକ୍ଷୀ ପ୍ରେମୀ । ପକ୍ଷୀ ପ୍ରେମରେ ଏକ ପ୍ରକାର ପାଗଳ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେଥି ପାଇଁ ସେ ପ୍ରାୟ ୩୦୦ ରୁ ଉର୍ଦ୍ଧ୍ୱ ଦେଶୀ ବିଦେଶୀ ପ୍ରଜାତିର ପକ୍ଷୀ ପାଳିଛନ୍ତି। ଆଉ ନିଜର ଜନ୍ମିତ ସନ୍ତାନଙ୍କ ଭଳି ସେମାନଙ୍କର ଯତ୍ନ ନେବା ସହିତ ନିଜ ଘରର ଛାତ ଉପରେ ପକ୍ଷୀ ମାନଙ୍କ ପାଇଁ ଏକ ଘର କରି ପକ୍ଷୀ ବିହାର କରିଛନ୍ତି। ଯାହା ଏକ ନିଆରା ନିଦର୍ଶନ ସୃଷ୍ଟି କରିଛି ସମଗ୍ର ଭଦ୍ରକ ଜିଲ୍ଲରେ।

bird loverବିପ୍ରଚରଣ ପ୍ରତିଦିନ ସେହିଁ ପକ୍ଷୀ ମାନଙ୍କୁ ସକାଳେ ଓ ସନ୍ଧ୍ଯାରେ ବାହାରେ ବୁଲାଇବା ସହିତ,ସେମାନଙ୍କ ନିମନ୍ତେ ଖାଦ୍ୟ ପ୍ରସ୍ତୁତି,ପକ୍ଷୀ ବିହାର ସଫା,ଔଷଧ ପ୍ରଦାନ ସମେତ ନିଜର ଜନ୍ମ କଲା ପିଲା ଭଳି ସମସ୍ତ ଯତ୍ନ ନେଇଥାନ୍ତି । ଆଉ ପକ୍ଷୀ ମାନେ ବି ବିପ୍ରଚରଣଙ୍କ ପ୍ରେମରେ ବନ୍ଧା । ଅନାଇ ବସିଥାନ୍ତି ବିପ୍ରଚରଣଙ୍କ ପ୍ରତିଟି ନିର୍ଦ୍ଦେଶକୁ। ବିପ୍ରଚରଣ ଆ ଆ କହି ଡାକି ଦେଲା ମାତ୍ରେ ସମସ୍ତେ ଚାଲି ଆସନ୍ତି ତାଙ୍କ ପାଖକୁ । ସମସ୍ତେ ଯେମିତି ବୁଝି ପାରନ୍ତି ତାଙ୍କର ପରିଭାଷାକୁ। ଏତେ ନିବିଡ ପ୍ରେମ ଆପଣ ନ ଦେଖିଲେ ବିଶ୍ୱାସ କରି ପାରିବେନି। ଯଦି କୌଣସି ପକ୍ଷୀର ଦେହ ଖରାପ‌ ହେଇଥିବା ଜାଣନ୍ତି ସେ ଦିନ ବିପ୍ରଚରଣ ଏକ ପ୍ରକାର ଉପବାସ ରହି ଯାଆନ୍ତି।

ମାସିକ ଆୟରୁ ପକ୍ଷୀ ମାନଙ୍କ ନିମନ୍ତେ ଖାଦ୍ୟ, ଔଷଧ, ତଥା ନୂତନ ପକ୍ଷୀ କ୍ରୟ ନିମନ୍ତେ ପ୍ରାୟ ୨୦ ହଜାର ରୁ ଅଧିକ ଟଙ୍କା ଖର୍ଚ୍ଚ କରି ଆସୁଛନ୍ତି। ତେବେ ବିପ୍ରଚରଣଙ୍କ ଏହି କାର୍ଯ୍ଯରେ ତାଙ୍କର ବାପା ,ମା,ଭାଇ ,ସ୍ତ୍ରୀ,ଝିଅ,ପୁତୁରା ସହଯୋଗ କରିଥାନ୍ତି। ତେବେ ବିପ୍ରଚରଣଙ୍କ ବାପା ବୈଷ୍ଣବ ଦଳେଇ ଭୁବନେଶ୍ୱର ଚାକିରି କରିଥିବା ସମୟରେ, ସେଠି ରହି ପାଠ ପଢୁଥିଲେ ବିପ୍ରଚରଣ। ସେହି ସମୟରେ ପକ୍ଷୀ ମାନଙ୍କ ପ୍ରତି ତାଙ୍କର ଦୁର୍ବଳତା ପ୍ରକାଶ ପାଇଥିଲା । ଯାହାପରେ ୧୯୯୪ ମସିହାରୁ ସେ ଏହି ପକ୍ଷୀ ବିହାର ଆରମ୍ଭ କରିଥିଲେ ।

birdବିପ୍ରଚରଣ ଏହି ସବୁ ଦେଶୀ ବିଦେଶୀ ପ୍ରଜାତିର ବିଭିନ୍ନ ରଙ୍ଗର ବିଭିନ୍ନ ବର୍ଗର ପକ୍ଷୀମାନଙ୍କୁ ମୟୁରଭଞ୍ଜ ବାଲେଶ୍ବର,ଭଦ୍ରକ,କଟକ,କେନ୍ଦୁଝର ଆଦି ସ୍ଥାନରୁ ପକ୍ଷୀ ଆଣି ଘରେ ରଖିଛନ୍ତି।ତାଙ୍କର ଏହି ପକ୍ଷୀ ବିହାରକୁ ଦେଖିବା ପାଇଁ ଦୈନିକ ପାଖ ଆଖ ଅଂଚଳର ଲୋକ ମାନଙ୍କ ସହିତ ରାସ୍ତାରେ ଯାଉଥିବା ବାଟୋଇ ମାନେ ମଧ୍ୟ କିଛି ସମୟ ତାଙ୍କ ଘରକୁ ଯାଇ ଏହି ପକ୍ଷୀ ମାନଙ୍କୁ ଦେଖନ୍ତି । ବଡ଼ କଥା ଏହି ମାନଙ୍କ ପାଇଁ ପରିବାର ରେ ଖୁସି କହିଲେ ନ ସରେ। ସେହିପରି ବିପ୍ରଚରଣ ଓ ତାଙ୍କ ପରିବାରର ଏହି ନିଆରା ପକ୍ଷୀ ପ୍ରେମକୁ ପରିବେଶବିତ ଓ ସାମାଜିକ କର୍ମୀ ମାନେ ବେଶ ପ୍ରଶଂସା କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.