Below header

ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ଥାନାରେ ହାଜର ହେଲେ ଖେଳାଳି ବୀରେନ୍ଦ୍ର ଲାକ୍ରା

କେନ୍ୟୁଜ୍(ବ୍ୟୁରୋ): ଇନ୍‌ଫୋସିଟି ଥାନାରେ ହାଜର ହେଲେ ହକି ତାରକା ବୀରେନ୍ଦ୍ର ଲାକ୍ରା । ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ଥାନାରେ ହାଜର ହୋଇଛନ୍ତି । ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ୨୫ ଜଣଙ୍କ ତାଲିକା ତିଆରି କରିଛି କମିଶନରେଟ ପୋଲିସ । ଘଟଣା ଦିନ ଯେଉଁମାନେ ଉପସ୍ଥିତ ଥିଲେ ଏବଂ ଯେଉଁମାନେ ଘଟଣା ବିଷୟରେ ଜାଣିଛନ୍ତି ସେମାନଙ୍କ ଖୁବ ଶୀଘ୍ର ପଚରାଉଚୁରା କରାଯିବ ।

ପ୍ରଥମ ଦିନରେ ଆପାର୍ଟମେଣ୍ଟର ରୁମ୍‌ମେଟ୍‌ ବିରେନ୍ଦ୍ର ଲାକ୍ରାଙ୍କୁ ପଚରାଉଚୁରା କରାଯାଉଛି । ପୋଷ୍ଟମର୍ଟମରେ ଝୁଲନ୍ତା ଅବସ୍ଥାରେ ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଥିଲା । ଅଧିକ ତଦନ୍ତ ପାଇଁ ଭିସେରା ରିପୋର୍ଟକୁ ଷ୍ଟେଟ ଫରେନ୍‌ସିକ୍‌ ଲ୍ୟାବକୁ ପଠାଯାଇଥିବା ଅତିରିକ୍ତ ଡିସିପି ପ୍ରକାଶ ଚନ୍ଦ୍ର ପାଲ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.