ପୁଣି ଚୀନ୍ ର ବଦମାସୀ, ଏଲଏସିରେ ମୁହାଁମୁହିଁ ହେଲେ ଭାରତ-ଚୀନ୍‌ ସେନା

ନୂଆଦିଲ୍ଲୀ : ପୁଣି ବିସ୍ତାରବାଦୀ ଚୀନ୍ ର ବଦମାସୀ । ଏଲଏସିରେ ମୁହାଁମୁହିଁ ହୋଇଛନ୍ତି ଭାରତ-ଚୀନ୍‌ ସେନା । ଅରୁଣାଚଳ ପ୍ରଦେଶର ତଓ୍ଵାଙ୍ଗ ସେକ୍ଟରରେ ଦୁଇ ଦେଶର ସୈନ୍ୟ ହାତାହାତି ହୋଇଛନ୍ତି । ଏଥିରେ ଉଭୟ ପକ୍ଷର କିଛି ଆହତ ହୋଇଥିବା ସୂଚନା ମିଳିଛି । ଗତ ୯ ତାରିଖରେ ଘଟିଥିଲା ଏହି ଘଟଣା । ଯୋଜନାବଦ୍ଧ ଭାବରେ ପ୍ରାକ୍‌ ପ୍ରସ୍ତୁତି ସହ ଏଲଏସିର ତଓ୍ଵାଙ୍ଗ ସେକ୍ଟରକୁ ମାଡ଼ି ଆସିଥିଲେ ପ୍ରାୟ ୩୦୦ ଚୀନ୍‌ ସେନା । ପିଏଲଏ ସୈନ୍ୟଙ୍କୁ ମୁହଁତୋଡ ଜବାବ ଦେଇଥିଲେ ଭାରତୀୟ ଯବାନ । ତେବେ ଏଥିରେ ୨୦ ଭାରତୀୟ ସେନା ଆହତ ହୋଇଥିବା ଜଣାଯାଇଛି ।

ଏହାର କିଛି ସମୟ ପରେ ସେଠାରୁ ଉଭୟ ଦେଶର ସୈନ୍ୟ ହଟିଥିଲେ । ଝଗଡ଼ା ପରେ ଚୀନ୍‌ ପ୍ରତିପକ୍ଷଙ୍କ ସହ ବୈଠକ କରିଥିଲେ ତଓ୍ଵାଙ୍ଗ ସେକ୍ଟର କମାଣ୍ଡର । ଫ୍ଲାଗ୍‌ ମିଟିଂ ହୋଇଥିଲା । ଏଲଏସିରେ ଶାନ୍ତି ବଜାୟ ରଖିବା ନେଇ ଆଲୋଚନା କରିଥିଲେ । ବାରମ୍ବାର ସୀମାରେ ଅଶାନ୍ତିର ବିଷ ବୁଣିଛି ବଦମାସ ଡ୍ରାଗନ୍‌ । ପୂର୍ବରୁ ୨୦୨୦ ଜୁନ ୧୫ ତାରିଖରେ ଗଲଓ୍ଵାନରେ ଭାରତ ଓ ଚୀନ୍‌ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏଥିରେ ୨୦ ଭାରତୀୟ ଯବାନ ପ୍ରାଣ ହରାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.