କାବୁଲରେ ଆତଙ୍କୀ ହମଲା, ହୋଟେଲରେ ଫସି ରହିଛନ୍ତି ଚୀନ ନାଗରିକ

 କାବୁଲ : ଆଫଗାନିସ୍ତାନ ରାଜଧାନୀ କାବୁଲରେ ହୋଇଛି ଆତଙ୍କୀ ହମଲା । ଚୀନ୍‌ ଗେଷ୍ଟ ହାଉସ୍‌ ନିକଟରେ ବିସ୍ଫୋରଣ ସହ ଗୁଳିମାଡ଼ ହୋଇଛି । ଆକ୍ରମଣକାରୀ ହୋଟେଲ୍‌ ମଧ୍ୟରେ ପଶି ଗୁଳିଚାଳନା କରିଥିବା ଜଣାପଡିଛି । ମୃତାହତ ନେଇ ସର୍ବଶେଷ ସୂଚନା ମିଳି ନାହିଁ । ଏହି ହୋଟେଲକୁ ନିୟମିତ ଚୀନ ଅଧିକାରୀ ଓ ବ୍ୟବସାୟୀ ଆସିଥାଆନ୍ତି ।

ଏବେବି ଅନେକ ଚୀନ ନାଗରିକ ହୋଟେଲରେ ଫସି ରହିଛନ୍ତି । ବିସ୍ଫୋରଣ ପଛରେ କାହାର ହାତ ରହିଛି ତାହା ଅସ୍ଫଷ୍ଟ ରହିଛି । ଘଟଣାସ୍ଥଳରେ ଆଫଗାନ ପୋଲିସ ଓ ସୁରକ୍ଷାକର୍ମୀ ପହଞ୍ଚିଛନ୍ତି । ହୋଟେଲକୁ ଚାରିପଟୁ ସିଲ କରିଦିଆଯାଇଛି । ଆକ୍ରମଣ ପଛରେ ISIS ନା ଅଲକାଏଦାର ହାତ ରହିଛି? ସେ ନେଇ ତଦନ୍ତ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.