୨୦୨୪ ନିର୍ବାଚନ ପାଇଁ ବାଜିବ ବିଗୁଲ, ଆଜି ଦମ୍‌ ଦେଖାଇବେ ବିଜେଡି ଓ ବିଜେପି

ଭୁବନେଶ୍ୱର(କେନ୍ୟୁଜ୍): ୨୦୨୪ ନିର୍ବାଚନ ପାଇଁ ବାଜିବ ବିଗୁଲ । ଆଜି ଦମ୍‌ ଦେଖାଇବେ ବିଜେଡି ଓ ବିଜେପି । ପଞ୍ଚାୟତ ଓ ପୌର ନିର୍ବାଚନରେ ଜବରଦସ୍ତ ସଫଳତା ପରେ ୨୪ ନିର୍ବାଚନ ପାଇଁ କମର କଷୁଛି ବିଜେଡି । ଆଜି ଜନସମ୍ପର୍କ ପଦଯାତ୍ରା ପାଇଁ ଦୁଇ ଦିନିଆ ପ୍ରସ୍ତୁତି ବୈଠକ କରିବ ବିଜେଡି । ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆୟୋଜିତ ହେବାକୁ ଥିବା ସମାବେଶ ସ୍ଥଳରେ ବିଜେଡିର ନିର୍ବାଚିତ ଜନ ପ୍ରତିନିଧି, ପଦାଧିକାରୀଙ୍କୁୁ ନୂଆ ଦିଗ୍‌ଦର୍ଶନ ଦିଆଯିବ । ପଦଯାତ୍ରା ସମୟରେ କେଉଁ କେଉଁ ପ୍ରସଙ୍ଗ ଲୋକଙ୍କ ନିକଟରେ ପହଞ୍ଚାଯିବ ସେନେଇ ଆଲୋଚନା ହେବ । ସାଂସଦ, ବିଧାୟକ ଦଳୀୟ ପଦାଧିକାରୀ ପ୍ରଥମ ଦିନରେ ଯୋଗ ଦେଉଥିବା ବେଳେ ଦ୍ୱିତୀୟ ଦିନରେ ଜିଲ୍ଲା ପରିଷଦ ସଭ୍ୟ, ପୌର ପରିଷଦର ନିର୍ବାଚିତ ପ୍ରତିନିଧି, ମେୟର, କର୍ପୋରେଟର ଯୋଗ ଦେବେ । ଜନ ସଂପର୍କ ଯାତ୍ରାରେ କେଉଁ ବାର୍ତ୍ତା ନେଇ ଲୋକଙ୍କ ପାଖକୁ ଯିବେ ସେ ନେଇ ବରିଷ୍ଠ ନେତା ଦେବେ ମନ୍ତ୍ର ।

ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ ପାଇଁ ଗ୍ରାଣ୍ଡ ଆୟୋଜନ କରୁଛି ଦଳ । ଜନତା ମଇଦାନ କାର୍ଯ୍ୟକ୍ରମରେ ଯୋଗଦେବେ । ରାଜଧାନୀର ବିଭିନ୍ନ ସ୍ଥାନରେ ଲାଗିଛି ବିଜେପି ବ୍ୟାନର ଓ ପୋଷ୍ଟର । ବିମାନ ବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷା ନଡ୍ଡାଙ୍କୁ ପାଛୋଟି ଆଣିବେ ଦଳୀୟ ନେତୃବୃନ୍ଦ । ରାଜ୍ୟ କାର୍ଯ୍ୟାଳୟରୁ ଜନତା ମଇଦାନ ଯିବେ ନଡ୍ଡା। ଜନତା ମଇଦାନରେ କର୍ମକର୍ତ୍ତାଙ୍କୁ ନେଇ ସମ୍ମିଳନୀ ରହିଛିି । ବିଜେପି ସମାବେଶରେ ୨୫ ହଜାରରୁ ଅଧିକ କାର୍ଯ୍ୟକର୍ତ୍ତା ଯୋଗଦେବେ । ଦ୍ୱିତୀୟ ଦିନରେ ସବୁ ଜିଲ୍ଲାର ଜିଲ୍ଲା ସଭାପତି, ପଦାଧିକାରୀ, ବିଧାୟକ, ସାଂସଦ, ପୂର୍ବତନ ବିଧାୟକ ଓ ସାଂସଦଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ବୈଠକ କରିବେ । ଏହାସହ ସାଙ୍ଗଠନିକ ବୈଠକ ଓ ସଂଯୁକ୍ତ ମୋର୍ଚ୍ଚାର ସମାବେଶ ହେବ । ଏପଟେ ୨୦୨୪ ପାଇଁ ରଣନୀତି ବି ପ୍ରସ୍ତୁତ କରୁଛି କଂଗ୍ରେସ । ତୃଣମୂଳ ସ୍ତରରେ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଭାରତ ଯୋଡ଼ୋ କାର୍ଯ୍ୟକ୍ରମ ସାରା ରାଜ୍ୟରେ ତିନିମାସ ଧରି ଚାଲିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.