Below header

ମୌସୁମୀ ଓ ରଥଯାତ୍ରା ଆସୁଥିବାରୁ ଶ୍ରୀମନ୍ଦିର ପରିକ୍ରମା କାର୍ଯ୍ୟରେ ସହଯୋଗ କରନ୍ତୁ: ଲେନିନ ମହାନ୍ତି

ଭୁବନେଶ୍ୱର (କେନ୍ୟୁଜ): ମୌସୁମୀ ଓ ରଥଯାତ୍ରା ଆସୁଥିବାରୁ ଶ୍ରୀମନ୍ଦିର ପରିକ୍ରମା କାର୍ଯ୍ୟରେ ସହଯୋଗ କରିବା ପାଇଁ ବିଜେଡି ଆହ୍ଵାନ କରିଛି। ପ୍ରକଳ୍ପଟି ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ପ୍ରସ୍ତୁତ ଓ ଅନୁମୋଦିତ । ଲୋକଙ୍କ ମତାମତ ପାଇଁ ପବ୍ଲିକ ଡୋମେନରେ ପ୍ରକଳ୍ପଟି ରଖାଯାଇଥିଲା। ବିଧାନସଭାରେ ସର୍ବସମ୍ମତିକ୍ରମେ ପାରିତ ହୋଇଛି ପ୍ରକଳ୍ପ। ପ୍ରକଳ୍ପ ଶିଳାନ୍ୟାସ ଉତ୍ସବରେ ସବୁଦଳର ନେତା ଓ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ଯୋଜନା ଅନୁମୋଦନ ହେବା ପରେ ଏହାକୁ ଏନଏମଏକୁ ପଠାଯାଇଥିଲା। ଏନଏମଏର ଅନୁମୋଦନ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିଲା। ଏଏସଆଇ କିଛି ପରାମର୍ଶ ଦେଇଥିଲା ଯାହା ବିଧିବଦ୍ଧ ଭାବରେ ସାମିଲ କରାଯାଇଥିଲା ଏବଂ ସେହି ଅନୁସାରେ ସଂଶୋଧନ କରାଯାଇଥିଲା। ଏହାକୁ ଏବେ କାର୍ଯ୍ୟକାରୀ କରାଯାଉଛି ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.