ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ବାଇକକୁ ଧକ୍କା ଦେଲା ହାଇଓ୍ଵା, ୩ ମୃତ

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯୁଯୁମରା ଥାନା ଭବାନିପାଲିରେ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଗୋଟିଏ ବାଇକୁ ପଛ ପଟୁ ଧକ୍କା ଦେଇଛି ଦ୍ରୁତଗାମୀ ହାଇଓ୍ଵା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକ୍‌ଟି ସଂପୂର୍ଣ୍ଣ ଚୁରମାର ହୋଇଯାଇଛି। ଏଥିସହ ବାଇକ୍‌ଟି ରାସ୍ତା କଡ଼କୁ ଛିଟିକି ପଡ଼ିବାରୁ ଘଟଣାସ୍ଥଳରେ ହିଁ ୩ ଜଣ ଯାକ ଯୁବକ ପ୍ରାଣ ହରାଇଛନ୍ତି।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକମାନେ ହାଇଓ୍ଵା ଚାଳକଙ୍କୁ କାବୁ କରି ପୋଲିସ୍‌ ଜିମା ଦେଇଛନ୍ତି। ହାଇଓ୍ଵା ଚାଳକ ଜଣଙ୍କ ମଧ୍ୟ ଆହତ ହୋଇଛନ୍ତି। ସେ ଆହତ ଅବସ୍ଥାରେ ଥିବା ବେଳେ ତାଙ୍କ ହାତ ବନ୍ଧା ଯାଇଛି। ପୋଲିସ୍‌ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ଦୁର୍ଘଟଣାଗ୍ରସ୍ତ ଗାଡ଼ି ସହ ୩ ଯୁବକଙ୍କ ମୃତଦେହ ଜବତ କରିଥିଲା। ମୃତଦେହ ଗୁଡ଼ିକର ବ୍ୟବଚ୍ଛେଦ କରିବାକୁ ପୋଲିସ୍‌ ପ୍ରସ୍ତୁତ ହେଉଥିବା ବେଳେ ଏଯାଏ ସେମାନଙ୍କ ପରିଚୟ ମିଳି ପାରିନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.