ବିଜୁ ଜନତା ଦଳରେ ନେତାଙ୍କୁ ନୂଆ ଦାୟିତ୍ୱ: ସାଧାରଣ ସଂପାଦକଙ୍କ ମଧ୍ୟରେ ଅଛନ୍ତି ଅରିନ୍ଦମ ରାୟ

ଭୁବନେଶ୍ବର(କେନ୍ୟୁଜ୍): ବିଜୁ ଜନତା ଦଳରେ ନେତାଙ୍କୁ ନୂଆ ଦାୟିତ୍ୱ। ୩ଜଣଙ୍କୁ ବରିଷ୍ଠ ସାଧାରଣ ସଂପାଦକ ଓ ୪ଜଣଙ୍କୁ ମିଳିଛି ସାଧାରଣ ସଂପାଦକ ଦାୟିତ୍ୱ। ମହେଶ ସାହୁ, ପ୍ରଦୀପ ମାଝି ଓ ପ୍ରଫୁଲ୍ଲ ମାଝିଙ୍କୁ ବରିଷ୍ଠ ସାଧାରଣ ସଂପାଦକ ଦାୟିତ୍ୱ ପ୍ରଦାନ କରାଯାଇଛି।

ସେହିପରି ଅରିନ୍ଦମ ରାୟ, ଧନୁର୍ଜୟ ସିଦୁୁ, ଚନ୍ଦ୍ରଶେଖର ମାଝି ଓ କୈଳାସ କୁଲେସିକାଙ୍କୁ ସାଧାରଣ ସଂପାଦକ ଦାୟିତ୍ୱ ମିଳିଛି। ୭ଜଣଙ୍କୁ ସଂପାଦକ ଦାୟିତ୍ୱ ପ୍ରଦାନ କରାଯାଇଛି। ଦଳ ସଭାପତିଙ୍କ ନିର୍ଦ୍ଦେଶରେ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହାକୁ ତତ୍‌କ୍ଷଣାତ ଲାଗୁ କରିବାକୁ ଗଣମାଧ୍ୟମ ବ୍ୟାପାର ସାଧାରଣ ସଂପାଦକ ମାନସ ମଙ୍ଗରାଜ ଜଣାଇଛନ୍ତି।