ମହାନଗର ନିଗମ ନିର୍ବାଚନରେ ବିଜୟବାନା ଉଡ଼ାଇଲା ବିଜେଡି, ତିନି ମେୟର ପଦ ଦଳ ହାତରେ

ଭୁବନେଶ୍ୱର(କେ ନ୍ୟୁଜ): ମହାନଗର ନିଗମ ନିର୍ବାଚନରେ ବିଜେଡି ଉଡ଼ାଇଲା ବିଜୟବାନା । ୩ଟି ମେୟର ପଦ ଅକ୍ତିଆର କଲା ବିଜୁ ଜନତା ଦଳ । ଏଥର ରାଜଧାନୀ ଭୁବନେଶ୍ୱର ପାଇଲା ପ୍ରଥମ ମହିଳା ମେୟର । ନିଜ ନିକଟତମ ପ୍ରତିଦ୍ବନ୍ଦୀ ଶୂନୀତି ବିଜୟୀ ହୋଇଛନ୍ତି ଶ୍ରୀମତୀ ସୁଲୋଚନା ଦାସ । ସେପଟେ ବ୍ରହ୍ମପୁରରେ ବଡ଼ ବ୍ୟବଧାନରେ ଜିତିଛନ୍ତି ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ । କଟକ ମେୟର ନିର୍ବାଚନରେ ବିଜୟୀ ହୋଇଛନ୍ତି ସୁବାସ ସିଂ । ମହାନଗର ନିଗମ ନିର୍ବାଚନରେ ବିଜେଡିର ମହାବିଜୟ । ପ୍ରତ୍ୟକ୍ଷ ନିର୍ବାଚନରେ ୩ଟି ଯାକ ମେୟର ପଦ ପୋଛି ନେଇଛି ଶାସକ ଦଳ । ବଡ଼ ବ୍ୟବଧାନରେ ବାଜି ମାରିଛନ୍ତି ବିଜେଡି ପ୍ରାର୍ଥୀ । ବ୍ରହ୍ମପୁରରେ ସଂଘମିତ୍ରା ଦଳେଇ, ଭୁବନେଶ୍ୱରରେ ସୁଲୋଚନା ଦାସ ଓ କଟକରେ ସୁବାସ ସିଂ ଉଡ଼ାଇଛନ୍ତି ବିଜୟ ବାନା । ବଡ଼ ଭୋଟ ବ୍ୟବଧାନରେ ବ୍ରହ୍ମପୁର ମେୟର ନିର୍ବାଚନରେ ଜିତିଛନ୍ତି ବିଜେଡିର ସଂଘମିତ୍ରା ଦଳେଇ ।

ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ସବିତା ସୁଆରଙ୍କୁ ୨୦ ହଜାର ୨୩୬ ଭୋଟ୍‌ ବ୍ୟବଧାନରେ ହରାଇଛନ୍ତି । ସଂଘମିତ୍ରାଙ୍କୁ ମୋଟ୍‌ ୬୬ହଜାର ୬୮ ଖଣ୍ଡ ଭୋଟ୍‌ ମିଳିଛି । ବିଜେପିର ସବିତା ସୁଆରଙ୍କ ଖାତାରେ ପଡିଛି ୪୫ହଜାର ୭୮୨ଖଣ୍ଡ ଭୋଟ । ୭ହଜାର ୪୫୩ ଭୋଟ୍‌ ସହ ତୃତୀୟ ସ୍ଥାନରେ ଅଛନ୍ତି ଆମ ଆଦମୀ ପାର୍ଟିର ସି. ପ୍ରିୟଙ୍କା । ବିଜୟ ପରେ ବ୍ରହ୍ମପୁର ବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସଂଘମିତ୍ରା ।ଭୁବନେଶ୍ୱରର ପ୍ରଥମ ମହିଳା ମେୟର ହେବେ ବିଜେଡିର ସୁଲୋଚନା ଦାସ । ବିଭିନ୍ନ ରାଉଣ୍ଡ ଗଣତିରେ ଆଗରେ ରହିଥିଲେ ସୁଲୋଚନା । ବିଜୟ ପାଖେଇବା ସହ ଆରମ୍ଭ ହୋଇଥିଲା ସେଲିବ୍ରେସନ୍‌ । ବିଜେପିର ସୁନୀତି ମୁଣ୍ଡଙ୍କଠାରୁ ବହୁ ଆଗରେ ରହିଥିଲେ ସୁଲୋଚନା ।

ସେପଟେ କଟକ ମେୟର ଲଢ଼େଇରେ ବିଜୟ ବାନା ଉଡ଼ାଇଛି ବିଜେଡି । ଗଣତିରେ ବିଭିନ୍ନ ରାଉଣ୍ଡରେ ଆଗରେ ରହିଥିଲେ ସୁବାସ ସିଂ । ଦ୍ୱିତୀୟ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ଓ ତୃତୀୟ ସ୍ଥାନରେ ରହିଛନ୍ତି ବିଜେପିର ଶ୍ରୀତମ ଦାସ । ଭୁବନେଶ୍ୱର, ବ୍ରହ୍ମପୁର ଓ କଟକ ମହାନଗର ନିଗମର ବିଭିନ୍ନ ଓ୍ଵାର୍ଡରେ ବିଜେଡି କର୍ପୋରେଟର ପ୍ରାର୍ଥୀ ବି ବିଜୟୀ ହୋଇଛନ୍ତି ।

MAHANAGAR

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.