ନବୀନ ନିବାସରେ ବୈଠକ, ଉପସ୍ଥିତ ବହୁ ବରିଷ୍ଠ ନେତା

୨୪ ପାଇଁ କସରତ। ରଣନୀତି ପ୍ରସ୍ତୁତ କରିବ ବିଜେଡି । ବଡ଼ ନିଷ୍ପତ୍ତି ନେଇ ପାରନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ନବୀନ ନିବାସରେ ହେବ ୨୪ ନିର୍ବାଚନର ବ୍ଲୁ ପ୍ରିଣ୍ଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକ ଡାକିଛନ୍ତି ।

ଭୁବନେଶ୍ୱର(କେନ୍ୟୁଜ୍‌): ପୁଣିଥରେ ଆରମ୍ଭ ହୋଇଛି ମେଣ୍ଟ ଚର୍ଚ୍ଚା। ମେଣ୍ଟ ହେବା ନେଇ ସମ୍ଭାବନା ଅଧିକ । ଆଜି ସନ୍ଧ୍ୟାରେ ଦିଲ୍ଲୀରେ ଓଡ଼ିଶା ବିଜେପି ନେତାଙ୍କ ବୈଠକ ବସିବାକୁ ଥିବାବେଳେ ଅପରାହ୍ନରେ ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କୁ ନେଇ ବୈଠକ ହୋଇଛି।

ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଟୁକୁନି ସାହୁ, ଅରୁଣ ସାହୁ, ସୁଶାନ୍ତ ରାଉତ, ଅଶୋକ ପଣ୍ଡା ଉପସ୍ଥିତ ଅଛନ୍ତି। ସେହିପରି ଅତନୁ ସବ୍ୟସାଚୀ ନାୟକ, ପ୍ରଫୁଲ୍ଲ ମଲ୍ଲିକ, ଜଗନ୍ନାଥ ସାରକା, ସଂଜୟ ଦାସବର୍ମା, ମାନସ ମଙ୍ଗରାଜ, ପ୍ରଦୀପ ଅମାତ, ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ, ପ୍ରତାପ ଦେବ, ସସ୍ମିତ ପାତ୍ର, ଦେବୀ ମିଶ୍ର ଉପସ୍ଥିତ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.