କାଳିଆ ଯୋଜନାରେ ଅର୍ଥ ଖର୍ଚ୍ଚ ପ୍ରସଙ୍ଗ,ବିରୋଧୀଙ୍କ ଅଭିଯୋଗ ଉପରେ ଜବାବ ରଖିଲା ବିଜେଡି

ଭୁବନେଶ୍ବର (କେନ୍ୟୁଜ୍) : ରାଜ୍ୟ ଜରୁରୀ ପାଣ୍ଠିରୁ କାଳିଆ ଯୋଜନାରେ ଅର୍ଥ ଖର୍ଚ୍ଚ ପ୍ରସଙ୍ଗରେ ବିରୋଧୀ ଆଣିଥିବା ଅଭିଯୋଗ ଉପରେ ଜବାବ ରଖିଛି ବିଜେଡି। ଜରୁରୀ ପାଣ୍ଠିରୁ ଅର୍ଥ ନେଇ ଖର୍ଚ୍ଚ କରିବାରେ ସରକାର କୌଣସି ଅନିୟମିତତା କରିନାହାନ୍ତି ବୋଲି ଦଳ ସ୍ପଷ୍ଟୀକରଣ ରଖିଛି। ଉଦାହରଣ ଦେଇ କହିଛି, ବିଗତ କଂଗ୍ରେସ ସରକାର ଆବଶ୍ୟକ ନଥିବା ସମୟରେ ପ୍ରାୟ ୫୦ ଥର ଜରୁରୀ ପାଣ୍ଠିରୁ ଖର୍ଚ୍ଚ କରିଥିଲେ। ୧୯୯୮-୯୯ ମସିହାରେ ମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟ୍ ମନ୍ତ୍ରୀଙ୍କ ଟେଲିଫୋନ ଖର୍ଚ୍ଚ ପ୍ରାୟ ୪୦ ଲକ୍ଷ ଟଙ୍କା ରାଜ୍ୟ ସରକାରଙ୍କ ଜରୁରୀ ପାଣ୍ଠିରୁ ଖର୍ଚ୍ଚ କରାଯାଇଥିଲା। ଆସ୍କା ଚିନି କଳର ପୁନରୁଦ୍ଧାର ପାଇଁ ଓସିଏଫ ପାଣ୍ଠିରୁ ଅର୍ଥ ତତ୍କାଳୀନ କଂଗ୍ରେସ ସରକାର ସମୟରେ ବ୍ୟବହାର କରାଯାଇଥିଲା। ଏଭଳି ପ୍ରାୟ ୫୦ଟି ପ୍ରସଙ୍ଗରେ ତତ୍କାଳୀନ କଂଗ୍ରେସ ସରକାର ଜରୁରୀ ପାଣ୍ଠିକୁ ବ୍ୟବହାର କରିଥିଲେ ବୋଲି ବିଜେଡି ଆଇଟି ୱିଙ୍ଗ ମୁଖ୍ୟ ଅମର ପଟ୍ଟନାୟକ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.