Below header

ଧର୍ମେନ୍ଦ୍ର ପ୍ରଧାନ ପଞ୍ଚାୟତିରାଜ ସମ୍ପର୍କରେ ଦେଇଥିବା ମନ୍ତବ୍ୟର ପାଲଟା ଜବାବ ରଖିଲା ବିଜେଡି, ସସ୍ମିତ କହିଲେ ଏପରି

ଗତ ପଞ୍ଚାୟତ ନିର୍ବାଚନରେ ୩୦ରୁ ୩୦ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାରିବା ପରେ ଚିନ୍ତା ପଶୁନି । ରାଜ୍ୟ ବିଜେପିର ନେତା ମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଭୁଲ ତଥ୍ୟ ଦେଇ ଭ୍ରମିତ କରୁଛନ୍ତି

କେନ୍ୟୁଜ୍(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଞ୍ଚାୟତିରାଜ ସମ୍ପର୍କରେ ଦେଇଥିବା ମନ୍ତବ୍ୟର ପାଲଟା ଜବାବ ରଖିଲା ବିଜେଡି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସରକାରଙ୍କ ଶିକ୍ଷାମନ୍ତ୍ରୀ ଅଛନ୍ତି । ଓଡ଼ିଶାର ପଞ୍ଚାୟତିରାଜ ବିଭାଗ କେତେ ଦକ୍ଷତା ତାହା ତାଙ୍କୁ ଅଜ୍ଞାନ୍ତ ରହିଛି ।

ଗତ ପଞ୍ଚାୟତ ନିର୍ବାଚନରେ ୩୦ରୁ ୩୦ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାରିବା ପରେ ଚିନ୍ତା ପଶୁନି । ରାଜ୍ୟ ବିଜେପିର ନେତା ମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଭୁଲ ତଥ୍ୟ ଦେଇ ଭ୍ରମିତ କରୁଛନ୍ତି । ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ବିଭାଗ କେତେ ଅନୁଷ୍ଠାନ ଦ୍ୱାରା ପୁରସ୍କୃତ ହୋଇଛି । ଆପଣ କେନ୍ଦ୍ର ସରକାରଙ୍କ ଠାରୁ ତଥ୍ୟ ଆଣିଲେ ତାଙ୍କର ଯେଉଁ ଭ୍ରମ ରହିଛି ତାହା ଦୂର ହୋଇ ପାରିବ ବୋଲି କହିଛନ୍ତି ସାଂସଦ ସସ୍ମିତ ପାତ୍ର ।

ଆଜି ପଞ୍ଚାୟତିରାଜ ବ୍ୟବସ୍ଥାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ରାଜ୍ୟକୁ ଟାର୍ଗେଟ କରିଥିଲେ । ଦିଲ୍ଳୀରୁ ସିଧା ଅର୍ଥ ପଞ୍ଚାୟତକୁ ଯାଉଛି । ହେଲେ କନଭରଜେନ୍ସ ନାଁରେ ଦିଲ୍ଳୀ ଚାଲି ଯାଉଛି । କନଭରଜେନ୍ସ ନାଁରେ ରାଜ୍ୟ ସରକାର ଟଙ୍କା ଉଠାଇ ଦେଉଛନ୍ତି । ହେଲେ ଏହା ଉଚିତ ନୁହେଁ ବୋଲି କହିଥିଲେ ଧର୍ମେନ୍ଦ୍ର ପ୍ରଧାନ । ..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.