ସିନ୍ଧେ ଛଡ଼ାଇ ନେଲେ ଶିବସେନାଙ୍କ ଧନୁ-ତୀର ଚିହ୍ନ, ଉଦ୍ଧବଙ୍କୁ ନିର୍ବାଚନ କମିଶନଙ୍କ ଝଟ୍‌କା

ମହାରାଷ୍ଟ୍ର ରାଜନୀତିରେ ଦୀର୍ଘ ଦିନ ଧରି ଚାଲିଛି କନ୍ଦଳ । ସିନ୍ଧେ ଗୋଷ୍ଠୀକୁ ମିଳିଲା ଶିବସେନାର ନାଁ ଓ ଚିହ୍ନ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଦିନ୍ଦେଙ୍କ ଦଳକୁ ଧନୁତୀର ଚିହ୍ନ ଓ ଶିବସେନା ନାଁ ପ୍ରଦାନ କଲେ ନିର୍ବାଚନ କମିଶନ। ନିଜ ଦଳ ପାଇଁ ଶିବସେନା ନାଁ ଓ ଏହାର ଚିହ୍ନ ଦାବି କରିଥିଲେ ଏକନାଥ ସିନ୍ଦେ। ନିର୍ବାଚନ କମିଶନଙ୍କ ଘୋଷଣା ପରେ ସିନ୍ଦେ କହିଛନ୍ତି ଏହା ବାଲାସାବେହ ଠାକରେଙ୍କ ବିଚାର, ସମ୍ବିଧାନ ଓ ଗଣତନ୍ତ୍ରର ବିଜୟ ।

ମୁମ୍ବଇ : ମହାରାଷ୍ଟ୍ର ରାଜନୀତିରେ ଦୀର୍ଘ ଦିନ ଧରି ଚାଲିଛି କନ୍ଦଳ । ସିନ୍ଧେ ଗୋଷ୍ଠୀକୁ ମିଳିଲା ଶିବସେନାର ନାଁ ଓ ଚିହ୍ନ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଦିନ୍ଦେଙ୍କ ଦଳକୁ ଧନୁତୀର ଚିହ୍ନ ଓ ଶିବସେନା ନାଁ ପ୍ରଦାନ କଲେ ନିର୍ବାଚନ କମିଶନ। ନିଜ ଦଳ ପାଇଁ ଶିବସେନା ନାଁ ଓ ଏହାର ଚିହ୍ନ ଦାବି କରିଥିଲେ ଏକନାଥ ସିନ୍ଦେ। ନିର୍ବାଚନ କମିଶନଙ୍କ ଘୋଷଣା ପରେ ସିନ୍ଦେ କହିଛନ୍ତି ଏହା ବାଲାସାବେହ ଠାକରେଙ୍କ ବିଚାର, ସମ୍ବିଧାନ ଓ ଗଣତନ୍ତ୍ରର ବିଜୟ ।

ଅନ୍ୟପଟେ ନିର୍ବାଚନ କମିଶନଙ୍କ ଉପରେ ବର୍ଷିଛନ୍ତି ଉଦ୍ଧବ ଠାକରେ। କହିଛନ୍ତି ଦେଶରେ ଆଉ ଗଣତନ୍ତ୍ର ନାହିଁ। ଶିବସେନା ନାଁ ଓ ଚିହ୍ନ କିଭଳି ଏକାନଥ ସିନ୍ଦେଙ୍କ ଦଳକୁ ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି ଉଦ୍ଧବ ଠାକରେ। ନିର୍ବାଚନ କମିଶନ ବିଜେପି ପାଇଁ କାମ କରୁଥିବା ଭଳି ଜଣାପଡ଼ୁଛି।

ଶିବସେନା ନାଁ ଓ ଚିହ୍ନ ମୋ ସହ ସବୁବେଳେ ରହିବ ବୋଲି ଉଦ୍ଧବ କହିଛନ୍ତି । ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଯିବେ ବୋଲି କହିଛନ୍ତି ଉଦ୍ଧବ ଠାକରେ। ସଂଜୟ ରାଉତ କହିଛନ୍ତି ଏକନାଥ ସିନ୍ଦେଙ୍କୁ ଶିବସେନା ନାଁ ଓ ଚିହ୍ନ ପ୍ରଦାନ କରିବା ଗଣତନ୍ତ୍ରକୁ ହତ୍ୟା।

ଜୁନ ୨୦୨୨ରେ ଉଦ୍ଧବ ଠାକରେଙ୍କ ଠାରୁ ଅଲଗା ହୋଇ ଯାଇଥିଲେ ଏକନାଥ ସିନ୍ଦେ। ଅଧିକ ସମର୍ଥକଙ୍କୁ ନେଇ ବିଜେପି ସହ ମିଶ ସରକାର ସରକାର ଗଠନ କରିଥିଲେ । ମହା ଅଘାଡ଼ି ସରକାରର ପତନ ଘଟିଥିଲା। ସାଙ୍ଗରେ ଅଧିକ ସମର୍ଥକ ନେଇଥିବାରୁ ଦଳର ନାଁ ଓ ଚିହ୍ନ ଉପରେ ଅଧିକାର ଦାବି କରିଥିଲେ ଏକାନଥ ସିନ୍ଦେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.