କରାଚି ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ପଶିଛନ୍ତି ୧୦ ଆତଙ୍କବାଦୀ, ବିସ୍ଫୋରଣ ପରେ ଚାଲିଛି ଆଖିବୁଜା ଗୁଳି ଚାଳନା, ୨ ଆତଙ୍କବାଦୀଙ୍କ ମୃତ୍ୟୁ

ପାକିସ୍ତାନର କରାଚି ସହରରରେ ଶୁକ୍ରବାର ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି । ୮ ରୁ ୧୦ ଆତଙ୍କବାଦୀ ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ପଶିବା ସହ ଆଖିବୁଜା ଗୁଳି ଚାଳନା ଆରମ୍ଭ କରିଦେଇଛନ୍ତି । ଏହି ଆକ୍ରମଣ ଶରାହ-ଏ-ଫୈସଲ ଅଂଚଳରେ ହୋଇଛି ।

ଇସଲାମବାଦ : ପାକିସ୍ତାନର କରାଚି ସହରରରେ ଶୁକ୍ରବାର ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି । ୮ ରୁ ୧୦ ଆତଙ୍କବାଦୀ ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ପଶିବା ସହ ଆଖିବୁଜା ଗୁଳି ଚାଳନା ଆରମ୍ଭ କରିଦେଇଛନ୍ତି । ଏହି ଆକ୍ରମଣ ଶରାହ-ଏ-ଫୈସଲ ଅଂଚଳରେ ହୋଇଛି ।

କରାଚି ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ପ୍ରବେଶ କରିଥିବା ଆତଙ୍କବାଦୀଙ୍କ ନିକଟରେ ବହୁତ ବିସ୍ଫୋଟକ ଓ ଅସ୍ତ୍ରଶସ୍ତ୍ର ରହିଛି । ଯେଉଁଥିପାଇଁ ସେମାନେ ଲଗାତାର ଆକ୍ରମଣ ଜାରି ରଖିଛନ୍ତି । ଏମାନଙ୍କ ପାଖରେ ହ୍ୟାଣ୍ଡ ଗ୍ରେନେଡ, ଅଟୋମେଟିକ ଗନ ରହିଛି । ପାକିସ୍ତାନ ରେଞ୍ଜର୍ସ ଓ ପୁଲିସ ଫୋର୍ସ ମୁଖ୍ୟାଳୟକୁ ଘେରି ରହିଛନ୍ତି । ଆକ୍ରମଣ- ପ୍ରତିଆକ୍ରମଣ ଜାରି ରହିଛି ।

ପ୍ରଥମେ ଆତଙ୍କବାଦୀମାନେ ୬ରୁ ଉର୍ଦ୍ଧ୍ୱ ହ୍ୟାଣ୍ଡ ଗ୍ରେନେଡ ପୁଲିସ ମୁଖ୍ୟ କାର୍ଯ୍ୟାଳୟ ଉପରକୁ ଫିଙ୍ଗିଥିଲେ । ତା‘ପରେ ମୁଖ୍ୟ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିଥିଲେ । ଏବେ ପୁଲିସ, ଅର୍ଦ୍ଧସାମରିକ ବାହିନୀ ସହ ଆତଙ୍କବାଦୀଙ୍କ ସହ ଗୁଳିଗୋଳା ଆକ୍ରମଣ ଜାରି ରହିଛି । ଏ ପର୍ଯ୍ୟନ୍ତ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.