Below header

ବିଶ୍ୱର ଦ୍ୱିତୀୟ ଧୀମା ସହର ତାଲିକାରେ ସ୍ଥାନ ପାଇଲା ବେଙ୍ଗାଲୁର, ଟ୍ରାଫିକ ସମସ୍ୟା ଏତେ ଯେ କାର୍‌ ଅପେକ୍ଷା ପାଦରେ ଶୀଘ୍ର ପହଞ୍ଚିବେ

ଭାରତର ବଡ଼ ସହରଗୁଡିକରେ ସାଧାରଣତଃ ଟ୍ରାଫିକ ସମସ୍ୟା ଦେଖା ଦେଇଥାଏ । ଟ୍ରାଫିକ ବ୍ୟବସ୍ଥା ନେଇ ମେଟ୍ରୋ ସହରର ଅବସ୍ଥା ଆହୁରୀ ଖରାପ । ନିକଟରେ ଟମଟମ ନାମକ ଏକ ଡଚ୍‌ କମ୍ପାନୀ ସାରା ବିଶ୍ୱର ସହରଗୁଡିକର ଟ୍ରାଫିକ ସମସ୍ୟାକୁ ନେଇ ଏକ ସୂଚୀ ପ୍ରସ୍ତୁତ କରିଛି । ଏହି ସୂଚୀରେ ସବୁଠୁ ଧୀର ସହର ବା ସ୍ଲୋ ସହର ଟପ୍‌ ୧୦ ତାଲିକାରେ ଭାରତର ସହର ମଧ୍ୟ ରହିଛି ।

ନୂଆଦିଲ୍ଲୀ : ଭାରତର ବଡ଼ ସହରଗୁଡିକରେ ସାଧାରଣତଃ ଟ୍ରାଫିକ ସମସ୍ୟା ଦେଖା ଦେଇଥାଏ । ଟ୍ରାଫିକ ବ୍ୟବସ୍ଥା ନେଇ ମେଟ୍ରୋ ସହରର ଅବସ୍ଥା ଆହୁରୀ ଖରାପ । ନିକଟରେ ଟମଟମ ନାମକ ଏକ ଡଚ୍‌ କମ୍ପାନୀ ସାରା ବିଶ୍ୱର ସହରଗୁଡିକର ଟ୍ରାଫିକ ସମସ୍ୟାକୁ ନେଇ ଏକ ସୂଚୀ ପ୍ରସ୍ତୁତ କରିଛି । ଏହି ସୂଚୀରେ ସବୁଠୁ ଧୀର ସହର ବା ସ୍ଲୋ ସହର ଟପ୍‌ ୧୦ ତାଲିକାରେ ଭାରତର ସହର ମଧ୍ୟ ରହିଛି ।

ବିଶ୍ୱର ସବୁଠୁ ଧୀର ସହର ତାଲିକାରେ ଭାରତର କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁର ଦ୍ୱିତୀୟ ନମ୍ବରରେ ରହିଛି । ବେଙ୍ଗାଲୁରକୁ ଭାରତର ସିଲିକନ ସିଟି ମଧ୍ୟ କୁହାଯାଏ । ଏହି ରିପୋର୍ଟ ଅନୁସାରେ ବେଙ୍ଗାଲୁରରେ ଗାଡିରେ ୧୦ କିଲୋମିଟର ଯିବା ପାଇଁ ଜଣେ ବ୍ୟକ୍ତିକୁ ୨୯ ମିନିଟ ୧୦ ସେକେଣ୍ଡ ଲାଗିଥାଏ । କେବେ କେବେ ପାଦରେ ଚାଲୁଥିବା ଲୋକ ମଧ୍ୟ ଗାଡି ଠାରୁ ଆଗରେ ଚାଲି ଯାଇଥାନ୍ତି ।

ସେହିପରି ଅଧିକ ଟ୍ରାଫିକରେ ସମୟ ନଷ୍ଟ କରୁଥିବା ତାଲିକାରେ ମଧ୍ୟ ବେଙ୍ଗାଲୁର ବିଶ୍ୱର ୪ର୍ଥ ନମ୍ବରରେ ରହିଛି । ସେହିପରି ସବୁଠୁ ଅଧିକ କାର୍ବନ ଡାଇଅକ୍ସାଇଡ ଛାଡୁଥିବା ମାମଲାରେ ମଧ୍ୟ ବେଙ୍ଗାଲୁର ବିଶ୍ୱର ୫ ନମ୍ବର ସ୍ଥାନରେ ରହିଛି ବୋଲି ଏହି ତାଲିକାରୁ ଜଣାଯାଇଛି । ପ୍ରତିଦିନ ୬ ମାଇଲ ଚାଲୁଥିବା ଏକ କାର ୧ ବର୍ଷରେ ୯୭୪ ଗ୍ରାମ କାର୍ବନ ଡାଇଅକ୍ସାଇଡ ଛାଡିଥାଏ ।

ସେହିପରି ମହାରାଷ୍ଟ୍ରର ପୁନେ ସହର ମଧ୍ୟ ଏହି ଧୀର ଟପ୍‌ ଟେନ ତାଲିକାର ୬ଷ୍ଠ ସ୍ଥାନରେ ରହିଛି । ଏହି ସହରରେ ୧୦ କିଲୋମିଟର ଗୋଟିଏ ଗାଡିକୁ ଯିବା ପାଇଁ ୨୭ ମିନିଟ ୨୦ ସେକେଣ୍ଡ ଲାଗିଥାଏ । ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ ଧୀର ସହର ତାଲିକାରେ ସାମିଲ ରହିଛି । ଯଦିଓ ଦିଲ୍ଲୀ ଧୀର ତାଲିକାର ଟପ ଟେନରେ ନାହିଁ ତେବେ ଟପ୍‌ ୫୦ ଧୀର ତାଲିକାରେ ଦିଲ୍ଲୀ ରହିଥିବା ଜଣାଯାଇଛି ।

ଦିଲ୍ଲୀ ବିଶ୍ୱ ଧୀର ସହର ତାଲିକାର ୩୪ ନମ୍ବରରେ ରହିଛି । ଦିଲ୍ଲୀରେ ୧୦ କିଲୋମିଟର ଯିବା ପାଇଁ ୨୨ ମିନିଟ ୧୦ ସେକେଣ୍ଡ ସମୟ ଲାଗିଥାଏ । ସେହିପରି ମୁମ୍ବାଇ ମଧ୍ୟ ଏହି ତାଲିକାର ୪୭ ନମ୍ବରରେ ରହିଛି । ମୁମ୍ବାଇରେ ୧୦ କିଲୋମିଟର ରାସ୍ତା ଗୋଟେ ଗାଡିକୁ ଯିବା ପାଇଁ ୨୧ ମିନିଟ୍‌ ୧୦ ସେକେଣ୍ଡ ଲାଗିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.