ପଦ୍ମପୁର ଜିଲ୍ଲା ଗଠନ ଦାବି ପ୍ରତି ବିଜେଡିର ସମର୍ଥନ, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା କ୍ରିୟାନୁଷ୍ଠାନ କମିଟି

ପଦ୍ମପୁର(କେନ୍ୟୁଜ୍): ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପାଇଁ ବିଜେଡିର ପୂର୍ଣ୍ଣ ସମର୍ଥନ ରହିଛି । ଏହି ଦାବି ପୂରଣ ନେଇ ଗଠନ ହୋଇଥିବା କ୍ରିୟାନୁଷ୍ଠାନ କମିଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୁକ୍ତିଯୁକ୍ତ ଦାବିକୁ ଶୁଣିବା ସହ ସକାରାତ୍ମକ ଆଲୋଚନା କରିଛନ୍ତି ।

 

ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁଶାନ୍ତ ସିଂଙ୍କ ନେତୃତ୍ୱରେ କ୍ରିୟାନୁଷ୍ଠାନ କମିଟି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ । ଭୌଗୋଳିକ ସ୍ଥିତି ଦୃଷ୍ଟିରୁ ପଦ୍ମପୁର ଏକ ବଡ଼ ଅଞ୍ଚଳ । ତେଣୁ ଏଭଳି ଦାବି ପ୍ରତି ବିଜେଡିର ସମର୍ଥନ ରହିଛି । ପରବର୍ତ୍ତୀ ସମୟରେ ଜିଲ୍ଲା ପୁର୍ନଗଠନ ବେଳେ ପଦ୍ମପୁରକୁ ନିଶ୍ଚିତ ଭାବରେ ଜିଲ୍ଲା ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ସୁଶାନ୍ତ ସିଂ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.