ମହିଳା ଭୋଟରଙ୍କ ସମର୍ଥନ ପାଇଁ ବିଜେଡିର ବଡ଼ ଯୋଜନା, ଗେମ୍‌ ଚେଞ୍ଜର ହେବ ମିଶନ ଶକ୍ତି ?

କେନ୍ୟୁଜ୍(ବ୍ୟୁରୋ):  ୨୦୨୪ ପାଇଁ ବିଜେଡିର ବ୍ଲୁ-ପ୍ରିଣ୍ଟ। ମହିଳା ଭୋଟରଙ୍କ ସମର୍ଥନ ହାସଲ କରିବାକୁ ବଡ଼ ଯୋଜନା । ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତିରୁ ଏଭଳି ସ୍ପଷ୍ଟ ଆଭାସ ମିଳୁଛି । ପୂର୍ବରୁ ନିର୍ବାଚନଗୁଡ଼ିକରେ ମହିଳା ଭୋଟରଙ୍କର ଅକୁଣ୍ଠ ସମର୍ଥନ ପାଇଛି ବିଜେଡି । ଏହାକୁ ଅଭେଦ୍ୟ ଦୁର୍ଗରେ ପରିଣତ କରିବା ପାଇଁ ଏବେ ରଣନୀତି କରିଛି । ସବୁ ଗାଁରେ ହେବ ମିଶନ ଶକ୍ତି ଗୃହ । ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ କରାଯିବ ୫୦ହଜାର କୋଟିର ବ୍ୟାଙ୍କ ଋଣ ବ୍ୟବସ୍ଥା । ଏସଏଚଜି ସାମଗ୍ରୀ ବିକ୍ରି ପାଇଁ ୫୦୦ଟି ମିଶନ ଶକ୍ତି ବଜାର ଓ ଆଉଟଲେଟ୍‌ ସ୍ଥାପନ କରାଯିବ ।

ମାର୍କେଟ ଲିଙ୍କେଜ ବ୍ୟବସ୍ଥା ବି ହେବ । ପୂର୍ବରୁ ଏସଏଚଜି ମହିଳା ପ୍ରମିଳା ବିଶୋୟୀଙ୍କୁ ଲୋକସଭା ଓ ମମତା ମହନ୍ତଙ୍କୁ ରାଜ୍ୟସଭା ପଠେଇଛି ବିଜେଡି । ଏବେ ଚାରୋଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି । ସେଥିରୁ ଜଣେ ଏସଏଚଜିମହିଳାଙ୍କୁ ରାଜ୍ୟସଭା ପଠାଇପାରନ୍ତି ବିଜେଡି ସୁପ୍ରିମୋ । ୨୦୦୧ରୁ ଜନ୍ମ ନେଇଥିବା ମିଶନ ଶକ୍ତିରେ ଏବେ ୭୦ ଲକ୍ଷ ମହିଳା ସାମିଲ ହେଲେଣି । କେବଳ ସାମାଜିକ କିମ୍ବା ଅର୍ଥନୈତିକ ଭାବରେ ସ୍ୱାବଲମ୍ବୀ ନୁହେଁ, ରାଜନୈତିକ ମୈଦାନରେ ବି ମହିଳାଙ୍କୁ ଯଥେଷ୍ଟ ପ୍ରାଧାନ୍ୟ ଦେଉଛି ବିଜେଡି ।
ଜ୍ୟରେ ମହିଳାଙ୍କ ଭୋଟ୍‌ ବିରୋଧୀଙ୍କ ପାଇଁ ଅପହଞ୍ଚ । ୨୦୨୪ରେ ବିରୋଧୀଙ୍କୁ ଯେମିତି ମହିଳା ଭୋଟ୍‌ ନମିଳିବ ସେନେଇ ବିଜେଡ଼ି କରିଛି ଗେମ୍‌ପ୍ଲାନ୍‌ । କଂଗ୍ରେସ କହିଛି, ବିଜେଡିକୁ ମହିଳା ଭୋଟ୍‌ ଅଧିକ ମିଳୁଛି । ତାକୁ ଆହୁରି ସଲିଡ୍‌ କରିବାକୁ ମିଶନ ଶକ୍ତି ପାଇଁ ଭଣ୍ଡାର ଖୋଲି ଦେଇଛନ୍ତି ସରକାର । ବିଜେପିର ଅଭିଯୋଗ, ନିର୍ବାଚନ ଆସିଲେ ମହିଳା ଭୋଟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେବଳ ଯୋଜନା କରୁଛନ୍ତି । ବିଜେଡି କହିଛି, ମହିଳାଙ୍କୁ ସବୁବେଳେ ଗୁରୁତ୍ୱ ଦେଇ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ।୨୦୧୯ ସାଧାରଣ ନିର୍ବାଚନ ବେଳେ କାଳିଆ ଗେମ୍‌ ଚେଞ୍ଜର ହୋଇଥିଲା । ୨୦୨୪ରେ ମିଶନ ଶକ୍ତି ହେବ କି ଗେମ ଚେଞ୍ଜର ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.