Below header

ବିଧବା ହେଲେ ଧଳା ଶାଢ଼ି ପିନ୍ଧିବା,ଚୁଡି ଭାଙ୍ଗିବା ଓ ସିନ୍ଦୁର ନ ପିନ୍ଧିବା ପ୍ରଥା ହେଲା ଶେଷ

ନୂଆଦିଲ୍ଲୀ : ଦେଶ ଯେତେ ଆଧୁନିକ ଆଡ଼କୁ ଗତି କଲେ ମଧ୍ୟ ଆମ ସମାଜରେ ବିଧବାଙ୍କପାଇଁ ଆଇନ ଏବେ ବି କଠୋର ରହିଛି । ଭାରତର ପ୍ରାୟ ସବୁ ରାଜ୍ୟରେ ବିଧବାମାନେ ଧଳା ଶାଢ଼ି ପିନ୍ଧିବା, ଚୁଡ଼ି ବାନ୍ଧିବା ଓ ସିନ୍ଦୁର ନ ପିନ୍ଧିବା ଆଦି ନିୟମ ରହିଛି । ପତିଙ୍କ ମୃତ୍ୟୁ ପରେ ଜଣେ ବିଧବା ମହିଳା ସାଧାରଣ ଜୀବନ କାଟିବା ପ୍ରଥା ହୋଇଯାଇଛି ।

ହେଲେ ଏହି ନିୟମକୁ ପ୍ରଥମଥର ପାଇଁ ପରିବର୍ତ୍ତନ ହୋଇଛି ମହାରାଷ୍ଟ୍ର କୋଲ୍ହାପୁର ଜିଲ୍ଲା ହେରାବାଡ ପଞ୍ଚାୟତରେ । ପଞ୍ଚାୟତର ଏପରି ନିଷ୍ପତ୍ତିକୁ ଏକ ଉଦାହରଣ ଭାବେ ନେଇ ମହାରାଷ୍ଟ୍ର ସରକାର ସାରା ରାଜ୍ୟରେ ଏହି ପ୍ରଥାର ଅନ୍ତ ଘଟାଇଛନ୍ତି । ସାରା ରାଜ୍ୟରେ ଏହି ନିୟମକୁ ସମାପ୍ତ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ସବୁ ପଞ୍ଚାୟତରେ ବିଧବା ପ୍ରଥାକୁ ସମାପ୍ତ କରିବା ପାଇଁ ରାଜ୍ୟ ସରକାର ସର୍କୁଲାର ଜାରି କରିଛନ୍ତି । ସରକାରଙ୍କ ଏହି ନିୟମକୁ ସମସ୍ତ ନାରୀ ଜାତି ସ୍ୱାଗତ କରିଛନ୍ତି ।

ମହାରାଷ୍ଟ୍ର ସରକାରଙ୍କ ଦୁଇ ମନ୍ତ୍ରୀ କରିଥିଲେ ଅପିଲ-

ମହରାଷ୍ଟ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ହସନ ମୁଶ୍ରୀଫ୍‌ ସବୁ ଗ୍ରାମ ପଞ୍ଚାୟତକୁ ହେରବାଡ ଗ୍ରାମ ପଞ୍ଚାୟତକୁ ଅନୁକରଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଏକ କ୍ରାନ୍ତିକାରୀ ଅଭିଯାନ ବୋଲି ଶିକ୍ଷା ମନ୍ତ୍ରୀ ବର୍ଷା ଗାଇକଓ୍ଵାଡ କହିଛନ୍ତି ।

ମହିଳାଙ୍କ ପାଇଁ ଏହି ପ୍ରଥା ବହୁତ ଅପମାନଜନକ : ସରପଞ୍ଚ

ହେରବାଡ ପଞ୍ଚାୟତ ପରେ କୋଲ୍ହାପୁର ମାନଗାଓଁ ପଞ୍ଚାୟତ ମଧ୍ୟ ଏହି ନିୟମକୁ ଲାଗୁ କରିଛି । ଧିରେ ଧିରେ ରାଜ୍ୟର ଅନ୍ୟ ପଞ୍ଚାୟତରେ ମଧ୍ୟ ଲୋକେ ଏହାକୁ ସ୍ୱତଃ ପ୍ରବୃତ ଭାବେ ଗ୍ରହଣ କରୁଥିବା ଦେଖାଯାଇଛି । ଏହି ପ୍ରଥାର ଉଚ୍ଛେଦ ନାରୀ ସ୍ୱାଧୀନତାର ଆଉ ଏକ ମାଇଲ ଖୁଣ୍ଟ ବୋଲି ସମାଜ ସୁଧାରକମାନେ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.