ଓଡ଼ିଶାର ୧୦ ସଂସଦୀୟ କ୍ଷେତ୍ର ଓ ୯୯ ବିଧାନସଭା ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା

ବିଜେପି ପକ୍ଷରୁ ୯୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ପଦ୍ମପୁର ବିଧାନସଭା ଆସନ ପାଇଁ ପ୍ରଦୀପ ପୁରୋହିତଙ୍କୁ ଟିକେଟ ମିଳିଛି । ବ୍ରଜରାଜନଗରରୁ ରାଧାରାଣୀ ପଣ୍ଡା । ସୁନ୍ଦରଗଡ଼ରୁ କୁସୁମ ଟେଟେ, ରାଉରକେଲାରୁ ନିହାର ରାୟ, ଭୁବନେଶ୍ୱର(ଏକାମ୍ର)-ବାବୁ ସିଂ ଏବଂ ବରଗଡ଼ରୁ ଅଶ୍ୱିନୀ ଷଡ଼ଙ୍ଗୀଙ୍କୁ ଟିକେଟ ମିଳିଛି । ଦାମୋଦର ରାଉତଙ୍କୁ ବାଲିକୁଦା ଏରସମା, କନକ ବର୍ଦ୍ଧନ ସିଂହଦେଓଙ୍କୁ ପାଟଣାଗଡ଼ରୁ ଟିକେଟ ମିଳିଛି ।

ସେହିପରି ଅତାବିରାରୁ ମିଲନ୍ ସେଠ୍, ତଳସରାରୁ ଭବାନୀ ଭୋଇ, ବୀରମିତ୍ରପୁର ଶଙ୍କର ଓରାମ୍, ରଘୁନାଥପାଲି ଜଗବନ୍ଧୁ ବେହେରା, ରାଉରକେଲା ନିହାର ରାୟ, ରାଜଗାଙ୍ଗପୁରରୁ ନରସିଂହ ମିଞ୍ଜ, କୁଚିଣ୍ଡା, ରବି ନାରାୟଣ ନାୟକ, ରେଙ୍ଗାଲି ନାଉରୀ ନାୟକ, ସମ୍ବଲପୁର ଜୟନାରାୟଣ ମିଶ୍ର, ତେଲକୋଇ ଧନଞ୍ଜୟ ସିନ୍ଧୁ, ଘସିପୁରା, ପୃଥ୍ଵୀରାଜ କହଁରଙ୍କୁ ପ୍ରାର୍ଥୀ କରାଯାଇଛି । ସେହିପରି ଆନନ୍ଦପୁରରୁ ଭାଗୀରଥି ସେଠୀ, ପାଟନାରୁ ଭବାନୀ ଶଙ୍କର ନାୟକ, କେନ୍ଦୁଝରରୁ ମୋହନ ମାଝୀ, ଜସିପୁର ଗଣେଶ୍ୱର ଖୁଣ୍ଟିଆ, ସାରସକଣାରୁ ବୁଢାନ୍ ମୁର୍ମୁ, ବାଙ୍ଗିରିପୋଷିରୁ ସୁକୁଦା ମୁର୍ମୁ, କରଞ୍ଜିଆରୁ ପଦ୍ମଚରଣ ହୈବ୍ରୁ, ଉଦଳାରୁ ଭାଷ୍କର ମଢେଇ, ବଡସାହିରୁ ସନାତନ ବିଜୁଳି, ବାରିପଦାରୁ ପ୍ରକାଶ ସୋରେନ୍ଙ୍କୁ ପ୍ରାର୍ଥୀ କରିଛି ଦଳ ।

bjp _ Odia candidate list

ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଜୟ ନାରାୟଣ ମହାନ୍ତି, ବାଲେଶ୍ୱରରୁ ମଦନମୋହନ ଦତ୍ତ, ରେମୁଣାରୁ ଗୋବିନ୍ଦ ଚନ୍ଦ୍ର ଦାସ, ସୋରରୁ ରେକେଶ ମଲ୍ଲିକ, ସିମୁଳିଆରୁ ପଦ୍ମଲୋଚନ ପଣ୍ଡା ପ୍ରାର୍ଥୀ ହୋଇଛନ୍ତି । ବାସୁଦେବପୁରରୁ ମାଧବାନନ୍ଦ ମଲ୍ଲିକ, ଧାମନଗରରୁ ବିଷ୍ଣୁ ସେଠୀ, ଚାନ୍ଦବାଲିରୁ ମନମୋହନ ସାମଲ, ବିଞ୍ଝାରପୁରରୁ ବବିତା ମଲ୍ଲିକ, ବରୀରୁ ବିଶ୍ୱରଞ୍ଜନ ମଲ୍ଲିକ, ବଡ଼ଚଣାରୁ ଅମର ନାୟକ, ଧର୍ମଶାଳାରୁ ତୁଷାର ପରିଡ଼ା, ଯାଜପୁରରୁ ଗୌତମ ରାୟ, କୋରେଇରୁ ବିଶ୍ୱଜିତ୍ ନାୟକ, ସୁକିନ୍ଦାରୁ ପ୍ରଦୀପ ବଳସାମନ୍ତଙ୍କୁ ପ୍ରାର୍ଥୀ କରିଛି ଦଳ । ସେହିପରି ଢେଙ୍କାନାଳରୁ କୃଷ୍ଣଚନ୍ଦ୍ର ପାତ୍ର, ହିନ୍ଦୋଳରୁ ଅଶୋକ ନାୟକ, କାମାକ୍ଷାନଗରରୁ ଶତୃଘ୍ନ ଜେନା, ପରଜଙ୍ଗରୁ ବିଭୂତି ପ୍ରଧାନ, ପାଲଲହଡ଼ାରୁ ଅଶୋକ ମହାନ୍ତି, ତାଳଚେରରୁ କାଳନ୍ଦୀ ସାମଲ, ଅନୁଗୁଳରୁ ପ୍ରତାପ ପ୍ରଧାନ, ଛେଣ୍ଡିପଦାରୁ ଅଗସ୍ତି ବେହେରା, ଲୋଇସିଂହାରୁ ମୁକେଶ ମହାଲିଙ୍ଗ ପ୍ରାର୍ଥୀ ହୋଇଛନ୍ତି ।

BJP candidate list

ଟିଟିଲାଗଡ଼ରୁ ଅଶୋକ ଦୋରା, କଣ୍ଟାବାଞ୍ଝିରୁ ଲକ୍ଷ୍ମଣ ବାଗ, ଖରିଆରରୁ ରୀତାରାଣୀ ବଗର୍ତ୍ତୀ, ଉମରକୋଟରୁ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁରରୁ ଗୌରୀ ମାଝୀ, ଲାଞ୍ଜିଗଡ଼ରୁ ରମେଶ ମାଝୀ, ଜୁନାଗଡ଼ରୁ ମନୋଜ ମେହେର, ଧର୍ମଗଡ଼ରୁ ଅନନ୍ତ ପ୍ରତାପ ଦେଓ, ନର୍ଲାରୁ ଅନିରୁଦ୍ଧ ପ୍ରଧାନ, ବାଲିଗୁଡ଼ାରୁ କରେନ୍ଦ୍ର ମାଝୀ, ଜି. ଉଦୟଗିରିରୁ ଅର୍ଚ୍ଚନା ପ୍ରଧାନ, କଣ୍ଟାମାଳରୁ କହ୍ନେଇ ଡାଙ୍ଗ, ବୌଦ୍ଧରୁ ସୁଶାନ୍ତ ପ୍ରଧାନ, ବଡମ୍ବାରୁ ବିଜୟ କୁମାର ଦଳବେହେରା ପ୍ରାର୍ଥୀ ହୋଇଛନ୍ତି । ସେହିପରି ବାରବାଟୀ-କଟକରୁ ସମୀର ଦେ, ଚୌଦ୍ୱାର-କଟକରୁ ନୟନ କିଶୋର ମହାନ୍ତି, କଟକ ସଦରରୁ ଦିଲ୍ଲୀପ ମଲ୍ଲିକ, ସାଲେପୁରରୁ ପ୍ରକାଶ ବେହେରା, ମହାଙ୍ଗାରୁ ସାରଦା ପ୍ରଧାନ, ଆଳିରୁ ଦୋଳଗୋବିନ୍ଦ ନାୟକ, ରାଜନଗରରୁ ଅଲେଖ ଜେନା, ତିର୍ତ୍ତୋଲରୁ ପ୍ରଫେସର ରମାକାନ୍ତ ଭୋଇ, ଜଗତସିଂହପୁରରୁ ସତ୍ୟବ୍ରତ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି ଦଳ । ନିମାପଡ଼ାରୁ ପ୍ରଭତୀ ପରିଡ଼ା, ବ୍ରହ୍ମଗିରିରୁ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଚିଲିକାରୁ ପୃଥ୍ଵୀରାଜ ହରିଚନ୍ଦନ ପ୍ରାର୍ଥୀ ହୋଇଛନ୍ତି ।

Leave A Reply

Your email address will not be published.