୨୧ଟି ଲୋକସଭା ଆସନରେ କେଉଁମାନଙ୍କୁ ପ୍ରାର୍ଥୀ କରିବ ବିଜେପି ? ଆରମ୍ଭ ହୋଇଛି ଅଙ୍କକଷା

ଭୁବନେଶ୍ବର : ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଆଉ ମିଶନ ଓଡ଼ିଶା ପାଇଁ ରଣନୀତି ପ୍ରସ୍ତୁତ କରିଛି ବିଜେପି । ୨୦୧୪ ନିର୍ବାଚନରେ ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ କେବଳ ଗୋଟିଏ ସିଟ୍‌ରେ ବିଜେପି ବିଜୟୀ ହୋଇଥିଲା । କିନ୍ତୁ ଏଥର ଭଲ ପ୍ରଦର୍ଶନ ପାଇଁ ଦଳ ଆଶା ରଖିଛି । ଏଥିପାଇଁ ଦଳୀୟ ଆଶାୟୀ ପ୍ରାର୍ଥୀମାନେ ଜୋରସୋର ଲାଗି ପଡ଼ିଛନ୍ତି । ମିଳିଥିବା ସୂଚନା ଅନୁସାରେ ବରଗଡ଼ ଲୋକସଭା କ୍ଷେତ୍ର ପାଇଁ ଦଳୀୟ ପ୍ରାର୍ଥୀ ଭାବେ ସୁବାସ ଚୌହାନ, ବଲାଙ୍ଗିର ପାଇଁ ସଂଗୀତା ସିଂହଦେଓ, ସୁନ୍ଦରଗଡ ପାଇଁ ଜୁଏଲ ଓରାମ, ସମ୍ବଲପୁର ପାଇଁ ସୁରେଶ ପୂଜାରୀ ଓ ଢେଙ୍କାନାଳ ପାଇଁ ରୁଦ୍ର ପାଣିଙ୍କ ନାଁ ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ । କେବଳ ଘୋଷଣା ବାକି ରହିଛି ।

ରାଜ୍ୟର ଅନ୍ୟ ଲୋକସଭା କ୍ଷେତ୍ର ପାଇଁ ବିଜେପିର କିଛି ନେତାଙ୍କ ନାଁ ଶୁଣାଯାଉଛି । ସେମାନେ ହେଲେ କଳାହାଣ୍ଡି ପାଇଁ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଓ ପ୍ରଦୀପ୍ତ ନାୟକ, କେରାପୁଟ ପାଇଁ ଜୟରାମ ପାଙ୍ଗୀ, ଭୁବନେଶ୍ୱର ପାଇଁ ଅପରାଜିତା ଷଡ଼ଙ୍ଗୀ, କଟକ ପାଇଁ ବିନୋଦ ଦାସ , ସମୀର ଦେ, ପୀତାମ୍ବର ଆଚାର୍ଯ୍ୟ । ଜଗତସିଂହପୁର ଲୋକସଭା ଆସନ ପାଇଁ ବାଇଧର ମଲ୍ଲିକ, କେନ୍ଦୁଝର ପାଇଁ ଅନନ୍ତ ନାଏକଙ୍କ ନାଁ ଆଗରେ ରହିଛି ।

ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ଫୋକସରେ ରହିଛି ଓଡ଼ିଶା । ଏଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂ ଗସ୍ତରେ ଆସି ବିଭିନ୍ନ ଲୋକସଭା କ୍ଷେତ୍ରରେ ଦଳୀୟ ସଭାରେ ଯୋଗ ଦେଇସାରିଛନ୍ତି । ଆସନ୍ତା ୨୦ରେ ଆସୁଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.