‘ବିଧାୟକଙ୍କୁ ମିଳୁନି, ଗରିବଙ୍କୁ କେମିତି ମିଳୁଥିବ ଘର ?’ ଗୀତରେ ଗୀତରେ ବିଧାନସଭାରେ ନିଜ ଦୁଃଖ ଗାଇଲେ ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀ
ବିଧାନସଭାରେ ଗୀତ ଗାଇଲେ ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀ । ୭ ମାସ ହେଲାଣି ବିଧାୟକ ହେଲୁଣି । ହେଲେ ରହିବାକୁ ଘର ମିଳୁନି । ଏଭଳି ଅଭିଯୋଗ କରି ବିଧାୟକବିଷ୍ଣୁ ସେଠୀ ଗୀତ ଗାଇଲେ । ବିଧାୟକଙ୍କୁ ଘର ମିଳୁନି ଗରିବଙ୍କୁ କେମିତି ଘର ମିଳୁଥିବ ବୋଲି ସେ ପ୍ରଶ୍ନ କରିଛନ୍ତି । ବିଧାନସଭା ଭିତରେ ଗୀତ ଗାଇ ବେଶ କୌତୁହଳ ପରିବେଶ ସୃଷ୍ଟି କରିଥିଲେ । ବିଧାନସଭା ଭିତରେ ଏଦୃଶ୍ୟକୁ କଏଦ କରାଯାଇନଥିଲା । ପରେ କ୍ୟାମେରା ଆଗରେ ସେ ଏହି ଗୀତ ଗାଇ ଶୁଣାଇଥିଲେ ।