ଦଶମ ଶ୍ରେଣୀ ପରୀକ୍ଷା ପାଇଁ କନ୍ଧମାଳ ଜିଲ୍ଲାରେ ପ୍ରସ୍ତୁତି ଶେଷ, ୫୮ଟି କେନ୍ଦ୍ରରେ ୧୦,୪୬୬ଜଣ ପରୀକ୍ଷାର୍ଥୀ

ଦଶମ ଶ୍ରେଣୀ ପରୀକ୍ଷା ପାଇଁ କନ୍ଧମାଳ ଜିଲ୍ଲାରେ ପ୍ରସ୍ତୁତି ସରିଛି । ଜିଲ୍ଲାର ୫୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୧୦ ହଜାର ୪୬୬ଜଣ ପରୀକ୍ଷାର୍ଥୀ । କନ୍ଧମାଳର ୨୧ଟି ପରୀକ୍ଷା କେନ୍ଦ୍ରରେ ଲାଗିଛି ସିସିଟିଭି କ୍ୟାମେରା । ସୁରୁଖୁରୁରେ ପରୀକ୍ଷା ପରିଚାଳନା ସହ କପି ରୋକିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଆସି ପହଞ୍ଚିଥିବା ବେଳେ ଏହାକୁ କଡ଼ା ପୋଲିସ ସୁରକ୍ଷା ମଧ୍ୟରେ ରଖାଯାଇଛି । ଆସନ୍ତାକାଲି ପ୍ରଥମ ଦିନରେ ମାତୃଭାଷା ଓଡ଼ିଆ ପରୀକ୍ଷା ରହିଥିବା ବେଳେ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଉତ୍କଣ୍ଠିତ ହୋଇ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.