ବୋଲ୍ଟଙ୍କ ରେକର୍ଡ ଭାଙ୍ଗିଥିବା ଶ୍ରୀନିବାସଙ୍କ ଠାରୁ ମଧ୍ୟ ଦ୍ରୁତଗତିରେ ଦୌଡ଼ିଲେ ନିଶାନ୍ତ, ୯.୫୧ ସେକେଣ୍ଡରେ ଅତିକ୍ରମ କଲେ ୧୦୦ ମିଟର

ପାରମ୍ପରିକ ମଇଁଷି ଦୌଡ଼(କମ୍ବାଲା)ରେ ରେକର୍ଡ ପ୍ରଦର୍ଶନ କରି ଓସେନ୍‌ ବୋଲ୍ଟଙ୍କ ଦୌଡ଼ ରେକର୍ଡ ଭାଙ୍ଗିଥିବା ଧାବକ ଶ୍ରୀନିବାସ ଗୌଡ଼ଙ୍କ ରେକର୍ଡ ଭାଙ୍ଗିଛି। ଶ୍ରୀନିବାସ ଗୌଡ଼ ୧୩.୬୨ ସେକେଣ୍ଡରେ ୧୪୨.୫ ମିଟର ଅତିକ୍ରମ କରି ଚର୍ଚ୍ଚାରେ ରହିଥିଲେ। କିନ୍ତୁ ଏବେ ନିଶାନ୍ତ ସେଟ୍ଟୀ ନାମକ ଜଣେ ଯୁବକ ୧୩.୬୮ ସେକେଣ୍ଡରେ ୧୪୩ ମିଟର ଅତିକ୍ରମ କରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି।

nishant

ନିଶାନ୍ତ ସେଟ୍ଟୀ ୧୩.୬୮ ସେକେଣ୍ଡରେ ୧୪୩ ମିଟର ଦୌଡ଼ କରିଛନ୍ତି ଅର୍ଥାତ୍‌ ମାତ୍ର ୯.୫୧ ସେକେଣ୍ଡରେ ସେ ୧୦୦ ମିଟର ଦୂରତା ଅତିକ୍ରମ କରିଛନ୍ତି। ସୂଚନାଯୋଗ୍ୟ ଯେ ବିଶ୍ୱ ପ୍ରସିଦ୍ଧ ଆଥ୍‌ଲେଟ୍‌ ଓସେନ୍‌ ବୋଲ୍ଟ ୯.୫୮ ସେକେଣ୍ଡରେ ୧୦୦ ମିଟର ଦୌଡ଼ି ରେକର୍ଡ ସୃଷ୍ଟି କରିଥିଲେ। ଏଣୁ ନିଶାନ୍ତ ଉଭୟ ଶ୍ରୀନିବାସ ଓ ବୋଲ୍ଟଙ୍କ ରେକର୍ଡ ଭାଙ୍ଗିଛନ୍ତି।

srinibash

ରିପୋର୍ଟ ମୁତାବକ ସୋସିଆଲ ମିଡିଆରେ ଶ୍ରୀନିବାସଙ୍କ ରେକର୍ଡ ଦୌଡ଼ ଦେଖି ତାଙ୍କୁ ବାଙ୍ଗାଲୋର ସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (SAI) ତାଙ୍କୁ ଟ୍ରାଏଲ ପାଇଁ ଡାକିଥିଲେ। କିନ୍ତୁ ସେ ସେଠାକୁ ଯିବାକୁ ମନା କରିଦେଇଥିଲେ।