ବିଜେପିର ୩ୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଜାରି, ରାଉରକେଲାରୁ ଲଢ଼ିବେ ଦିଲ୍ଲୀପ ରାୟ

ଆସିଲା ବିଜେପିର ୩ୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା । ମୋଟ ୨୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ରାଉରକେଲାରୁ ଲଢ଼ିବେ ଦିଲ୍ଲୀପ ରାୟ । ପାଟଣାରୁ ଅଖିଳ ଚନ୍ଦ୍ର ନାୟକଙ୍କୁ ପ୍ରାର୍ଥୀ କରିଛି ଦଳ।

ଭୁବନେଶ୍ୱର (କେନ୍ୟୁଜ): ଆସିଲା ବିଜେପିର ୩ୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ।  ମୋଟ ୨୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି ।  ରାଉରକେଲାରୁ ଲଢ଼ିବେ ଦିଲ୍ଲୀପ ରାୟ । ପାଟଣାରୁ ଅଖିଳ ଚନ୍ଦ୍ର ନାୟକଙ୍କୁ ପ୍ରାର୍ଥୀ କରିଛି ଦଳ। ସାରସକଣାରୁ ଭାଦବ ହାଂସଦା, ରାଇରଙ୍ଗପୁରରୁ ଜୋଲେନ ବାରଦା, ବାଙ୍ଗିରିପୋଷିରୁ ସଞ୍ଜଳୀ ମୁର୍ମୁ, କରଞ୍ଜିଆରୁ ପଦ୍ମଚରଣ ହାଇବ୍ରୁ, ଝରିଗାଁରୁ ନରସିଂହ ଭାତ୍ରା, ଡାବୁଗାଁରୁ ସୋମନାଥ ପୂଜାରୀ ଓ ରାଜଗାଙ୍ଗପୁରରୁ ପ୍ରାର୍ଥୀ ହୋଇଛନ୍ତି ଲଳିତ ବେହେରା ।

ବାଲିକୁଦା ଏରସମାରୁ ସତ୍ୟ ସାରଥୀ ମହାନ୍ତି, ଜଗତସିଂହପୁରୃରୁ ଅମରେନ୍ଦ୍ର ଦାଶ, କାକଟପୁରରୁ ବାଇଧର ମଲ୍ଲିକ, ରଣପୁରରୁ ସୁରମା ପାଢ଼ୀ, ସାନଖେମୁଣ୍ଡିରୁ ଉତ୍ତମ ପାଣିଗ୍ରାହୀ ମୈଦାନକୁ ଓହ୍ଲାଇବେ । ସେହିପରି ମୋହନାରୁ ପ୍ରଶାନ୍ତ ମଲ୍ଲିକ, ବିଷମକଟକରୁ ଜଗନ୍ନାଥ ନୁନ୍ଦ୍ରୁକା, ରାୟଗଡ଼ାରୁ ବସନ୍ତ କୁମାର ଉଲାକା ଓ ଲକ୍ଷ୍ମୀପୁରରୁ ପ୍ରାର୍ଥୀ ହୋଇଛନ୍ତି କୈଳାସ କୁଲେସିକା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.