ଚାରଧାମ ଯାତ୍ରା ପାଇଁ ଅନଲାଇନ ରେଜିଷ୍ଟ୍ରେସନ ଆରମ୍ଭ, ଜାଣନ୍ତୁ କିପରି କରିବେ

ଚାରଧାମ ଯାତ୍ରା ପାଇଁ ସୋମବାର ଠାରୁ ଅନଲାଇନ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଛି । ରେଜିଷ୍ଟ୍ରେସନ ପାଇଁ ସୁବିଧା ମୋବାଇଲ ଆପ୍‌, ହ୍ଵାଟସଆପ୍‌ ଏବଂ ଟୋଲ ଫ୍ରି ନମ୍ବରରେ ହେଉଛି । ଚଳିତବର୍ଷ ୧୦ ମଇରୁ ଚାରଧାମ ଯାତ୍ରା ଆରମ୍ଭ ହେଉଛି । ରେଜିଷ୍ଟ୍ରେସନ ଆରମ୍ଭ ହେବାର ୨ ଘଣ୍ଟାରେ ୪ ହଜାରରୁ ଊର୍ଦ୍ଧ୍ୱ ଲୋକ ରେଜିଷ୍ଟ୍ରେସନ କରିସାରିଛନ୍ତି ।

ଉତ୍ତରାଖଣ୍ଡର ବିଶ୍ୱ ପ୍ରସିଦ୍ଧ ଚାରଧାମ ଯାତ୍ରା ପାଇଁ ତାରିଖ ଘୋଷଣା ହୋଇଛି । ଚଳିତବର୍ଷ ୧୦ ମଇରୁ ଚାରଧାମ ଯାତ୍ରା ଆରମ୍ଭ ହେଉଛି । ଏଥିପାଇଁ ସୋମବାର ଠାରୁ ଅନଲାଇନ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଛି । ରେଜିଷ୍ଟ୍ରେସନ ଆରମ୍ଭ ହେବାର ୨ ଘଣ୍ଟାରେ ୪ ହଜାରରୁ ଊର୍ଦ୍ଧ୍ୱ ଲୋକ ରେଜିଷ୍ଟ୍ରେସନ କରିସାରିଛନ୍ତି ।

ରେଜିଷ୍ଟ୍ରେସନ ପାଇଁ ସୁବିଧା ମୋବାଇଲ ଆପ୍‌, ହ୍ଵାଟସଆପ୍‌ ଏବଂ ଟୋଲ ଫ୍ରି ନମ୍ବରରେ ହେଉଛି । କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଯାତ୍ରା କରିବାକୁ ଇଚ୍ଛୁକ ଥିବା ଶ୍ରଦ୍ଧାଳୁ ରେଜିଷ୍ଟ୍ରେସନ ଜରୁରୀ । ଚଳିତ ଥର ଚାରଧାମ ଯାତ୍ରା ଆରମ୍ଭ ହେବାର ୨୫ ଦିନ ପୂର୍ବରୁ ଯାତ୍ରୀଙ୍କୁ ରେଜିଷ୍ଟ୍ରେସନ ସୁବିଧା ମିଳୁଛି । ଫଳରେ ବାହାରୁ ଆସୁଥିବା ଯାତ୍ରୀ ନିଜର ପ୍ଲାନ କରି ସହଜରେ ରେଜିଷ୍ଟ୍ରେସନ କରିପାରିବେ ।

କେମିତି କରିବେ ରେଜିଷ୍ଟ୍ରେସନ :

ରେଜିଷ୍ଟ୍ରେସନ ପାଇଁ ନାମ, ମୋବାଇଲ ନମ୍ବର ସହିତ ଯାତ୍ରା କରିବା ସଦସ୍ୟଙ୍କ ନାମ, ଘର ଏବଂ ଠିକଣା, ଆଇଡି ଦେବାକୁ ହେବ । ପର୍ଯ୍ୟଟନ ବିଭାଗର ଅଫିସିଆଲ ସାଇଟକୁ ଯାଇ ଲଗଇନ କରି ରେଜିଷ୍ଟ୍ରେସନ କରିପାରିବେ ।

ଏହାଛଡା ହ୍ଵାଟସଆପ୍‌ ନମ୍ବର-୮୩୯୪୮୩୩୮୩୩ରେ ଯାତ୍ରା ଲେଖି ମେସେଜ କରିବା ପରେ ରେଜିଷ୍ଟ୍ରେସନ କରିପାରିବେ । ପର୍ଯ୍ୟଟନ ବିଭାଗର ଟୋଲ ଫ୍ରି ନଂ-୦୧୩୫-୧୩୬୪କୁ କଲ୍‌ କରି ରେଜିଷ୍ଟ୍ରେସନ କରିପାରିବେ । ସ୍ମାର୍ଟଫୋନରେ TouristCareUttarakhandମୋବାଇଲ ଆପ୍‌ରେ ରେଜିଷ୍ଟ୍ରେସନ କରିପାରିବେ ।

ସୂଚନାଯୋଗ୍ୟ, ବିଶ୍ୱପ୍ରସିଦ୍ଧ ଗଙ୍ଗୋତ୍ରୀ ଧାମ କପାଟ ଖୋଲିବା ତାରିଖ ଘୋଷଣା ହୋଇଛି । ଚଳିତବର୍ଷ ଅକ୍ଷୟ ତୃତୀୟା ଅବସରରେ ୧୦ ମଇକୁ ୧୨.୨୫ ମିନିଟ ଅଭିଜିତ ମୁହୂର୍ତ୍ତ ଏବଂ ଅମୃତ ବେଳାର ଗଙ୍ଗୋତ୍ରୀ ଧାମ କପାଟ ଖୋଲିବ । ସେହିପରି ଅକ୍ଷୟ ତୃତୀୟରେ ବାବା କେଦାରନାଥ ଧାମର କପାଟ ଖୋଲିବ । ଅକ୍ଷୟ ତୃତୀୟାରେ କେଦାରନାଥ କପାଟ ୧୦ ମଇ ସକାଳ ୭ଟା ଏବଂ ବଦ୍ରିନାଥ ଧାମ କପାଟ ୧୨ ମଇକୁ ବ୍ରହ୍ମମୁହୂର୍ତ୍ତ ୬ଟାରେ ଖୋଲିବ । ଯମୁନୋତ୍ରୀ କପାଟ ୧୦ ମଇରେ ଖୋଲିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.