କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ସହାୟତାରେ ଗରିବ, ଅସହାୟ ଏବଂ ଛାତ୍ରାବାସରେ ରହି ପାଠ ପଢୁଥିବା ଛାତ୍ରଙ୍କୁ କମଳ ବଣ୍ଟନ

ଗରିବ, ଅସହାୟ ଏବଂ ଛାତ୍ରାବାସରେ ରହି ପାଠ ପଢୁଥିବା ଛାତ୍ରଙ୍କୁ କମଳ ବଣ୍ଟନ । କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ସହାୟତାରେ କମ୍ବଳ ବଣ୍ଟାଯାଇଛି। ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଜଗନ୍ନାଥ ପ୍ରସାଦ ବ୍ଲକର ରୁଢାପଦର ଆଶ୍ରମ ସ୍କୁଲ, କୋକଳବା ଛାତ୍ରାବାସ ଓ ସାରଙ୍ଗପଟା ବାଳିକା ଛାତ୍ରୀନିବାସର ଛାତ୍ରଛାତ୍ରୀଙ୍କୁ କମଳ ବଣ୍ଟନ କରିଥିଲେ ସାଂସଦ। ସେହିପରି ଜଗନ୍ନାଥ ପ୍ରସାଦ ଯୁଧିଷ୍ଠିର ବିଦ୍ୟାପୀଠର ଛାତ୍ରଙ୍କୁ ମଧ୍ୟ କମଳ ବଣ୍ଟନ କରାଯାଇଛି । ପ୍ରାୟ ୪୭୦ଜଣ ଛାତ୍ରଛାତ୍ରୀଙ୍କୁ କମଳ ବଣ୍ଟନ କରାଯାଇଛି । ସାଂସଦ ଡ. ସାମନ୍ତଙ୍କ ଦ୍ୱାରା ଆୟୋଜିତ ଏଭଳି କାର୍ଯ୍ୟକ୍ରମକୁ ନେଇ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ମହଲରେ ବେଶ୍‌ ପ୍ରଂଶସା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.