ଲକ୍ଷ୍ମୀଙ୍କ ଓକିଲଙ୍କୁ ସମ୍ମାନ ଦେବା ବିନା ପ୍ରଦର୍ଶନ ହୋଇପାରିବ ନାହିଁ ‘ଛପାକ’

ହାଇକୋର୍ଟ ଏସିଡ ଆଟାକ ପୀଡିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଓକିଲ ଅପର୍ଣ୍ଣା ଭଟ୍ଟଙ୍କ ସପକ୍ଷରେ ରାୟ ଦେଇଛନ୍ତି । କୋର୍ଟଙ୍କ ଅନୁଯାୟୀ ଅପର୍ଣ୍ଣା ଭଟ୍ଟାଙ୍କୁ କ୍ରେଡିଟ ବା ସମ୍ମାନ ଦେବା ବିନା ଫିଲ୍ମ ‘ଛପାକ’ର ପ୍ରଦର୍ଶନ ହେବ ନାହିଁ । ନ୍ୟାୟମୂର୍ତ୍ତି ପ୍ରତିଭା ଏମ. ସିଂ ଲକ୍ଷ୍ମୀଙ୍କ ଓକିଲ ଅପର୍ଣ୍ଣା ଭଟ୍ଟଙ୍କୁ ସମ୍ମାନ ଦେବା ବିନା ଫିଲ୍ମକୁ ଟିଭି, ଡିଟିଏଚ ତଥା ସ୍ତୃମିଙ୍ଗ ସର୍ଭିସ ପ୍ଲାଟ୍ଫର୍ମ ଗୁଡିକରେ ରିଲିଜ କରାଯାଇ ପାରିବ ନାହିଁ ବୋଲି କଡା ନିର୍ଦ୍ଦେଶ ଦେଇଛନ୍ତି । ଫୋକ୍ସ ଷ୍ଟାର ସ୍ଟୁଡ଼ିଓ ଦ୍ୱାରା କରାଯାଇଥିବା ଯାଚିକା ଉପରେ ହିଁ ହାଇକୋର୍ଟ ନିଜର ଏହି ରାୟ ଦେଇଛନ୍ତି । କୋର୍ଟଙ୍କ ରାୟ ଅନୁଯାୟୀ ଡିଜିଟାଲ କପିରେ ଜାନୁଆରୀ ୧୫ ସୁଦ୍ଧା ଓ ଫିଜିକାଲ କପିରେ ଜାନୁଆରୀ ୧୮ ସୁଦ୍ଧା ପରିବର୍ତ୍ତିତ ହେବା ଆବଶ୍ୟକ ।

 

chhapak

ହାଇକୋର୍ଟ ନିର୍ଦ୍ଧେଶିକା ମେଘନା ଗୁଲଜାର ଓ ଫିଲ୍ମ ନିର୍ମାତା କମ୍ପାନୀ ଫୋକ୍ସ ସ୍ଟୁଡ଼ିଓକୁ ଆଡ଼ଭୋକେଟ ଅପର୍ଣ୍ଣା ଭଟ୍ଟଙ୍କୁ ସମ୍ମାନ ଜଣାଇ ଫିଲ୍ମ ଆରମ୍ଭରୁ କିଛି ପଦ କହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅବଶ୍ୟ ହାଇକୋର୍ଟ ପୂର୍ବରୁ ତଳ କୋର୍ଟ ଦ୍ୱାରା ଦିଆଯାଇଥିବା ରାୟରେ କିଛିଟା ପରିବର୍ତ୍ତନ ଆଣିଛନ୍ତି । ଅପର୍ଣ୍ଣା ଭଟ ଏବେବି ମହିଳାଙ୍କ ଉପରେ ହେଉଥିବା ଯୌନ ଓ ଶାରୀରିକ ଅପରାଧ ବିରୋଧରେ ଲଢ଼ୁଛନ୍ତି ବୋଲି ଉଲ୍ଲେଖ କରିବାକୁ ଜରୁରୀ ବୋଲି କହିନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.