ଆଜି ଭାରତୀୟ ଦଳ ଘୋଷଣା, ନ୍ୟୁଜିଲାଣ୍ଡ ସହ ୫ଟି ଟି-୨୦, ତିନିଟି ଦିନିକିଆ ଓ ୨ଟି ଟେଷ୍ଟ ଖେଳିବ ଭାରତ

ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଆଜି ଘୋଷଣା ହେବ ଭାରତୀୟ ଦଳ । ଦଳ ଘୋଷଣା ପୂର୍ବରୁ ଟିମ୍‌ ଇଣ୍ଡିଆ ଝଟ୍‌କା ଲାଗିଛି । ଫିଟ୍‌ନେସ୍‌ ଟେଷ୍ଟରେ ଫେଲ୍‌ ହୋଇଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଆହତ କାରଣୁ ସେ ୪ ମାସ ହେବ ଟିମ୍‌ରେ ସାମିଲ ହୋଇନାହାନ୍ତି । ତାଙ୍କୁ ଦଳରେ ସାମିଲ କରାଯିବ ବୋଲି ସମସ୍ତେ ଆଶା ରଖିଥିଲେ । ହେଲେ ଫିଟ୍‌ନେସ୍‌ ଟେଷ୍ଟରେ ଫେଲ୍‌ ଯୋଗୁ ତାଙ୍କୁ ଦଳରେ ସାମିଲ କରାଯିବ ନାହିଁ । ନ୍ୟୁଜିଲାଣ୍ଡ ଗସ୍ତରେ ଯିବାକୁ ଥିବା ଭାରତ ୫ଟି ଟି-୨୦, ତିନିଟି ଦିନିକିଆ ଓ ୨ଟି ଟେଷ୍ଟ ଖେଳିବ । ଦିନିକଆରେ କେଦାର ଯାଦବଙ୍କୁ ସ୍ଥାନ ମିଳିବାର ଆଶା କମ୍‌ । କେଦାର ଯାଦବଙ୍କ ସ୍ଥାନରେ ଆଜିଙ୍କ୍ୟ ରାହାଣେଙ୍କୁ ଦଳରେ ସାମିଲ କରାଯାଇପାରେ । ସେହିପରି ମୁମ୍ବାଇର ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବଙ୍କୁ ଦିନିକିଆ ଦଳରେ ସାମିଲ କରାଯିବାର ସମ୍ଭାବନା ରହିଛି । ଟେଷ୍ଟ ଦଳରେ ସେମିତି କିଛି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଓପନର ଭାବେ ରୋହିତ ଶର୍ମା ଓ ମୟଙ୍କ ଅଗ୍ରଓ୍ଵାଲ ଖେଳିବା ପ୍ରାୟତଃ ନିଶ୍ଚିତ । କେ.ଏଲ୍‌ ରାହୁଲ ଓ ଶୁବମନ୍‌ ଗିଲ୍‌ଙ୍କ ମଧ୍ୟରୁ କାହାକୁ ସାମିଲ କରାଯିବ ତାହା ଉପରେ ନଜର ରହିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.