Below header

ଟାଙ୍ଗୀ ଚୌଦ୍ୱାର ଅଞ୍ଚଳରେ ହାତୀ ଆତଙ୍କ, ୧୬ଟିକିଆ ହାତୀ ପଲ ଗାଁରେ ପଶି କରୁଛନ୍ତି ଉପଦ୍ରବ

କଟକ ଡାଳିଯୋଡା ରେଞ୍ଜ ଅର୍ନ୍ତଗତ କୟଳପଡା ଓ ଚଷାପଡାର ବିଭିନ୍ନ ଅଞ୍ଚଳରେ ହାତୀ ଉପଦ୍ରବ । ୧୬ଟିକିଆ ହାତୀ ପଲ ଗାଁରେ ପଶି ଖଳାରୁ ଧାନ ଖାଇବା ସହ ଲୋକଙ୍କ ଘରଦ୍ୱାର ଭାଙ୍ଗି ଦେଇଥିବା ଜଣାପଡିଛି । ସ୍ଥାନୀୟ କପିଳାସ ଜଙ୍ଗଲରୁ ୧୬ରୁ ଉର୍ଦ୍ଧ୍ୱ ହାତୀପଲ ଟାଙ୍ଗୀ ଚୌଦ୍ୱାର ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି । ଜଙ୍ଗଲ ଅବକ୍ଷୟ ପାଇଁ ହାତୀ ଏବେ ଗାଁ ଓ ସହରମୁହାଁ ହେଉଛନ୍ତି । ଡାଳିଯୋଡା ରେଞ୍ଜ ଜଙ୍ଗଲରୁ ହାତୀ ଯିବାର ନାଁ ଧରୁନାହାନ୍ତି । ଧାନ ନଷ୍ଟ ହେବା ଯୋଗୁ ଚାଷୀ ଏବେ ଚିନ୍ତାରେ ପଡିଛନ୍ତି । ବନ ବିଭାଗ ହାତୀ ଘଉଡାଇବାକୁ ଯେତେ ଯୋଜନା କଲେ ବି ଫେଲ ମାରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.