ବାଣ ତିଆରି ବେଳେ ବିସ୍ଫୋରଣ; ଜଳିଗଲା ୩ ବଖରା ଘର, ବୃଦ୍ଧ ଗୁରୁତର

ପିପିଲି (କେନ୍ୟୁଜ): ବାଣ ତିଆରି କଲା ବେଳେ ହେଲା ବିସ୍ପୋରଣ । ବିସ୍ପୋରଣରେ ବୃଦ୍ଧ ଗୁରୁତର ଭାବେ ଆହାତ ହୋଇଛନ୍ତି । ତୁରନ୍ତ ସ୍ଥାନୀୟ ଲୋକ ଗୁରୁତରଙ୍କୁ ନିଆଳି ମେଡ଼ିକାଲ୍ ରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ ମେଡ଼ିକାଲ୍ କୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ବୃଦ୍ଧ ହେଉଛନ୍ତି ନରିଶୋ ହାଟୁଆ ସାହିର ପୂର୍ଣ୍ଣଚନ୍ଦ୍ର ଦାସ । ବିସ୍ଫୋରଣରେ ୩ଟି ବଖରା ଘର ପୋଡି ପାଉଁଶ ହେବା ସହ ଘରର ପଥର କାନ୍ଥ ମଧ୍ୟ ଭାଙ୍ଗି ଯାଇଛି ।

ଗତକାଲି ଅପରାହ୍ନ ସମୟରେ ପୂର୍ଣ୍ଣଚନ୍ଦ୍ରଙ୍କ ଘରେ ପ୍ରଚଣ୍ଡ ଶବ୍ଦ କରି ଏକ ବିସ୍ପୋରଣ ହୋଇ ଘରର କାନ୍ଥ ଭୁସୁଡ଼ିବା ସହ ଅଗ୍ନିକାଣ୍ଡ ଘଟିଥିଲା । ପୂର୍ଣ୍ଣଚନ୍ଦ୍ରଙ୍କ ପଡ଼ୋଶୀ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ପୂର୍ଣ୍ଣଚନ୍ଦ୍ରଙ୍କୁ ଉଦ୍ଧାର କରି ମେଡିକାଲ ରେ ଭର୍ତ୍ତି କରିଥିଲେ । ଘଟଣା ସ୍ଥଳରେ ବାଲିପାଟଣା ଏବଂ ନିଆଳି ଦମକଳ ବାହିନୀ ପହଁଞ୍ଚି ନିଆଁକୁ ଆୟତ କରିଛନ୍ତି । ପୂର୍ଣ୍ଣଚନ୍ଦ୍ର ଦିର୍ଘଦିନ ଧରି ଏପରି ବେଆଇନ ବାଣ ତିଆରି କରୁଥିବା ପଡ଼ୋଶୀ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ବାଲିପାଟଣା ପୋଲିସ୍ ପହଁଞ୍ଚି ତଦନ୍ତ ଚଳାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.