ବର୍ଜ୍ୟ ସଂଗ୍ରହ, ପ୍ରକ୍ରିୟାକରଣ ଓ ପରିଚାଳନାରେ ବିଏମସିର ନୂଆ ପଦକ୍ଷେପ

ଭୁବନେଶ୍ୱର(କେନ୍ୟୁଜ) : ବର୍ଜ୍ୟ ସଂଗ୍ରହ, ପ୍ରକ୍ରିୟାକରଣ ଓ ପରିଚାଳନାରେ ରାଜଧାନୀବାସୀଙ୍କୁ ପ୍ରୋତ୍ସାହିତ କରିବାକୁ ବିଏମସି ନେଇଛି ନୂତନ ପଦକ୍ଷେପ । ଉତ୍ତର, ଦକ୍ଷିଣ-ପୂର୍ବ ଓ ଦକ୍ଷିଣ-ପଶ୍ଚିମ ଜୋନରେ ଆଜିଠୁ ଆରମ୍ଭ ହୋଇଛି ଏହି ଅଭିଯାନ ।

ଶୁଖିଲା ଓ ଓଦା ବର୍ଜ୍ୟବସ୍ତୁକୁ ଅଲଗା କରି ସଫେଇବାଲା ବା ସଫେଇଗାଡ଼ିରେ ଦେଉଥିବା ବ୍ୟକ୍ତିଙ୍କୁ ସବୁଜ ଷ୍ଟିକର, ବିନା ପୃଥକୀକରଣରେ ବର୍ଜ୍ୟ ଦେଉଥିବା ଲୋକଙ୍କୁ କମଳା ରଙ୍ଗର ଷ୍ଟିକର ଏବଂ ସଫେଇଗାଡି ଓ ସଫେଇବାଲା ଘର ପାଖକୁ ଯାଇ ବର୍ଜ୍ୟ ସଂଗ୍ରହ କରୁଥିଲେ ହେଁ ସେଗୁଡିକୁ ବାହାରେ ପକାଉଥିବା ବ୍ୟକ୍ତିଙ୍କୁ ଲାଲ ଷ୍ଟିକର ଦିଆଯାଇ ଚିହ୍ନଟ କରାଯାଇଛି ।

ଏହାଦ୍ୱାରା ବର୍ଜ୍ୟ ବାହାରୁଥିବା ମୂଳ ଉତ୍ସରେ ହିଁ ସେଗୁଡିକର ପୃଥକୀକରଣ ହୋଇପାରିବ । ସାର ବା ମୋ ଖତ ପ୍ରସ୍ତୁତରେ ଅଧିକ ସହଜ ଓ ସମୟ ସାପେକ୍ଷ ହୋଇପାରିବ । ଏହି କାର୍ଯ୍ୟକ୍ରମରେ ୩ ଜୋନରେ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତ ଥିଲେ । ତେବେ ଆଗାମୀ ଦିନରେ ବିଏମସି ସଫେଇ ଅଭିଯାନରେ କିନ୍ନରଙ୍କୁ ମଧ୍ୟ ନିୟୋଜିତ କରିବ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.