କୋଭିଡ୍‌ ହସ୍‌ପିଟାଲ ପାଇଁ ବିଏମ୍‌ସିର ନୂଆ ବ୍ୟବସ୍ଥା, ଏଣିକି ବିନା ରେଫେରାଲରେ ଭର୍ତ୍ତି ମନା

ଭୁବନେଶ୍ବର: କୋଭିଡ୍‌ ହସ୍‌ପିଟାଲ ପାଇଁ ବିଏମ୍‌ସିର ନୂଆ ବ୍ୟବସ୍ଥା। ଏଣିକି ବିନା ରେଫେରାଲରେ ଭର୍ତ୍ତି ମନା। ୧୯୨୯ରେ ଫୋନ୍‌ କରି ହସ୍‌ପିଟାଲରେ ଭର୍ତ୍ତି ହୋଇପାରିବେ। ହେଲ୍‌ପ ଡେସ୍କରେ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ବାହାର ଜିଲ୍ଲାରୁ ଆସୁଥିବା କୌଣସି ଆକ୍ରାନ୍ତଙ୍କ ପାଖରେ ହସ୍‌ପିଟାଲର ରେଫେରାଲ୍‌ ସାର୍ଟିଫିକେଟ୍‌ ନଥିଲେ ତାଙ୍କୁ ପାଇଁ ଭର୍ତ୍ତି କରାଯିବନି। କୋଭିଡ୍‌ ହସ୍ପିଟାଲରେ ଆକ୍ରାନ୍ତ ପହଞ୍ଚିବା ପରେ ତାଙ୍କର ସମସ୍ତ ସୂଚନା, ରେଫେରାଲ ସାର୍ଟିଫିକେଟ୍‌ ଯାଞ୍ଚ କରାଯିବ।

କୌଣସି ଆକ୍ରାନ୍ତଙ୍କୁ ହସ୍‌ପିଟାଲ ବାହାରେ ଅଧିକ ସମୟ ଅପେକ୍ଷା କରିବାକୁ ପଡିବନି। ତୁରନ୍ତ ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯିବ। ଭୁବନେଶ୍ୱର ଭିତରେ ଆକ୍ରାନ୍ତ ବିଏମ୍‌ସି ମାଧ୍ୟମରେ ହସ୍‌ପିଟାଲ ଯିବାକୁ କହିଛନ୍ତି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ। ଭୁବନେଶ୍ୱରରେ କୋଭିଡ ମୁକାବିଲା ନେଇ ଡାକ୍ତରଖାନାରେ ଆବଶ୍ୟକ ବେଡ ରହିଛି। ଆଇସିୟୁ ଓ ଅକ୍ସିଜେନ ସପୋର୍ଟ ଶଯ୍ୟା ରହିଥିବା କହିଛନ୍ତି ବିଏମ୍‌ସି କମିସନର । ତଥାପି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସାମାନ୍ୟ ଅସୁସ୍ଥ ହେଲେ ରୋଗୀ ଭୁବନେଶ୍ୱର ଚାଲିଆସୁଛନ୍ତି। ଫଳରେ ଗୁରୁତର ରୋଗୀଙ୍କୁ ଶଯ୍ୟା ମିଳିବାରେ ସମସ୍ୟା ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.