Below header

ଆଜିଠାରୁ ରାଜ୍ୟର ସମସ୍ତ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ଆରମ୍ଭ ହୋଇଛି ନାମଲେଖା, ସକାଳ ୭ଟାରୁ ସାଢେ ୯ଟା ଯାଏ ଚାଲିବ ପ୍ରକ୍ରିୟା

ଭୁବନେଶ୍ବର: ଆଜିଠାରୁ ରାଜ୍ୟର ସମସ୍ତ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ଆରମ୍ଭ ହୋଇଛି ନାମଲେଖା। ସକାଳ ୭ଟାରୁ ସାଢେ ୯ଟା ଯାଏ ଚାଲିବ ନାମଲେଖା ପ୍ରକ୍ରିୟା। କୋଭିଡ୍‌ କଟକଣା ଭିତରେ ନାମଲେଖା ଚାଲିଛି। ଆଜିଠାରୁ ନାମଲେଖା ଆରମ୍ଭ ହୋଇ ମେ ୩୧ ତାରିଖ ସୁଦ୍ଧା ଶେଷ ହେବ। ଏକା ସାଙ୍ଗରେ ସ୍କୁଲ ଭିତରକୁ ୫ ଜଣ ଅଭିଭାବଙ୍କୁ ଅନୁମତି ପ୍ରବେଶ ଦିଆଯାଉଛି।

ନାମଲେଖା ସମୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥିତିର କୌଣସି ଆବଶ୍ୟକତା ନାହିଁ। ନାମଲେଖା ସମୟରେ କୋଭିଡ ଗାଇଡଲାଇନର ଯେଭଳି ଉଲ୍ଲଙ୍ଘନ ନହୁଏ ସେଥିପ୍ରତି ସ୍କୁଲ କର୍ତ୍ତୃପକ୍ଷ ଦୃଷ୍ଟି ଦେବେ। ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା ଓ ବିଶୋଧନ ବାଧ୍ୟତାମୂଳକ କରାଯାଇଛି। ନାମଲେଖା ନେଇ ‘ଶିକ୍ଷା ସଂଯୋଗ’ ହ୍ଵାଟସଅପ୍‌ ଗ୍ରୁପ୍‌ ମାଧ୍ୟମରେ ଅଭିଭାବକମାନଙ୍କୁ ଜଣାଇବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଏନେଇ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବଙ୍କୁ ବିଧିବଦ୍ଧ ଜଣାଇଛନ୍ତି। ବର୍ତ୍ତମାନ ସମୟରେ କୌଣସି ସ୍ଥାନରେ ହଷ୍ଟେଲ ପ୍ରବେଶିକା ପରୀକ୍ଷା ହେବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.