କ‌ରୋନାରେ ପ୍ରାଣ ହରାଇଲେ ପୂର୍ବତନ ସାଂସଦ ସୁଗ୍ରୀବ ସିଂ

ଫୁଲବାଣୀ : କ‌ରୋନାରେ ଆଖି ବୁଜିଲେ ପୂର୍ବତନ ସାଂସଦ। କନ୍ଧମାଳ(ପୂର୍ବରୁ ଫୁଲବାଣୀ ଲୋକସଭା ଆସନ)ର ପୂର୍ବତନ ସାଂସଦ ସୁଗ୍ରୀବ ସିଂଙ୍କ କରୋନାରେ ମୃତ୍ୟୁ ଘଟିଛି। ସେ ସଂକ୍ରମିତ ହେବା ପରେ ଭୁବନେଶ୍ବର ସ୍ଥିତ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ଶାଳକ ଫିଲମନ୍ ନାୟକ ସୂଚନା ଦେଇଛନ୍ତି। ୨୦୦୪ ମସିହାରେ ସେ ବିଜେଡିରୁ କନ୍ଧମାଳ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗରେ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ନେତା, ବୁଦ୍ଧିଜୀବୀ, ସାମ୍ବାଦିକ ଓ ସମାଜସେବୀ ମହଲରେ ‌ଶୋକର ଛାୟା ଖେଳିଯାଇଛି।

ତାଙ୍କ ବିୟୋଗ ଖବର ପ୍ରଚାର ହେବା କ୍ଷଣି ପୈତୃକ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଏହି ଅଞ୍ଚଳରେ ସେ ମଦ ବିରୋଧୀ ଆନ୍ଦୋଳନର ନେତୃତ୍ବ ନେଇ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ। ଅନ୍ଯନଟେ ତାଙ୍କ ବିୟୋଗରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଓ ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ସମେତ ବହୁ ରାଜନେତା ତାଙ୍କ ବିୟୋଗରେ ଶୋକ ପ୍ରକଟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.